ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ

0

ଭୁବନେଶ୍ବର; ଆଜି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କଲେ ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଥିଲେ ଶହ ଶହ ଡ୍ରାଇଭର । ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ; ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଗରୁ ସର୍ତକ କରାଇଥିଲେ ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। ସେହିପରି ବଲାଙ୍ଗୀରରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା । ଘରୋଇ ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ୍ ଗୁଡିକ ଚଳାଚଳ କରୁନଥିଲେ। ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଛନ୍ତି । ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ନଯାଇପାରି ଅଟକି ରହିଥିବାର ଦେଖାଯାଇଥିଲା । ବାଲିଗୁଡା ଓ ସମ୍ବଲପୁରରେ ମଧ୍ୟ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଥିଲା । ଏପଟେ ଏହି ପ୍ରସଙ୍ଗକୁ ନେଇ ବେଶ ସରଗରମ ହୋଇଥିଲା ବିଧାନସଭା ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବହୁ ଯାତ୍ରୀ ହଟହଟା ହୋଇଥିଲେ ବି କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ । ତେବେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଥିଲା କେତେକ ରୋଚକ ଦୃଶ୍ୟ । ଆନ୍ଦୋଳନକାରୀ ଡ୍ରାଇଭରମାନେ, ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ଫୁଲମାଳ ଦେଇ, ଚକଲେଟ୍ ଦେଇ ତ ଆଉ କେଉଁଠି ମୁଣ୍ଡିଆ ମାରି ପ୍ରତିବାଦ ଜଣାଇଥିଲେ । ଆଉ କେତେକ ସ୍ଥାନରେ ଗାଡି ଚାଳକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.