ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ

0

ଭୁବନେଶ୍ବର; ଆଜି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର ସଂଘ । ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କଲେ ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଥିଲେ ଶହ ଶହ ଡ୍ରାଇଭର । ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ; ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଗରୁ ସର୍ତକ କରାଇଥିଲେ ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। ସେହିପରି ବଲାଙ୍ଗୀରରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା । ଘରୋଇ ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ୍ ଗୁଡିକ ଚଳାଚଳ କରୁନଥିଲେ। ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଛନ୍ତି । ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ନଯାଇପାରି ଅଟକି ରହିଥିବାର ଦେଖାଯାଇଥିଲା । ବାଲିଗୁଡା ଓ ସମ୍ବଲପୁରରେ ମଧ୍ୟ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଥିଲା । ଏପଟେ ଏହି ପ୍ରସଙ୍ଗକୁ ନେଇ ବେଶ ସରଗରମ ହୋଇଥିଲା ବିଧାନସଭା ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବହୁ ଯାତ୍ରୀ ହଟହଟା ହୋଇଥିଲେ ବି କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ । ତେବେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଥିଲା କେତେକ ରୋଚକ ଦୃଶ୍ୟ । ଆନ୍ଦୋଳନକାରୀ ଡ୍ରାଇଭରମାନେ, ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ଫୁଲମାଳ ଦେଇ, ଚକଲେଟ୍ ଦେଇ ତ ଆଉ କେଉଁଠି ମୁଣ୍ଡିଆ ମାରି ପ୍ରତିବାଦ ଜଣାଇଥିଲେ । ଆଉ କେତେକ ସ୍ଥାନରେ ଗାଡି ଚାଳକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.