ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ନବୀନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

0

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରି ନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ ।

ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି । ତେବେ ଏହି ସାକ୍ଷାତକୁ ନେଇ ରାଜନୈତିକ ସମୀକ୍ଷକମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି। କାରଣ ମୋଦୀ ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେଣୁ ୨୦୨୪ରେ ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ସହଯୋଗ ଲୋଡିପାରନ୍ତି ମମତା।

Leave A Reply

Your email address will not be published.