ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ପୁଲିସ କନଷ୍ଟେବଲ ନିଯୁକ୍ତି ପାଇଁ ଦୈାଡ ପରୀକ୍ଷା ବେଳେ ଅଘଟଣ

0

ଗଞ୍ଜାମ/ରାୟଗଡା; ପୁଲିସ କନଷ୍ଟେବଲ ନିଯୁକ୍ତି ପାଇଁ ହେଉଥିବା ଶାରୀରିକ ପରୀକ୍ଷା ନିମନ୍ତେ ହେଉଥିବା ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମୃତ, ୨ ଗୁରୁତର। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଓ ରାୟଗଡା ଜେକେପୁର ଠାରେ ଚାଲିଥିବା ଦୌଡ଼ ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି।

ସୂଚନାନୁସାରେ, ଛତ୍ରପୁରରେ କନଷ୍ଟେବଲ ନିଯୁକ୍ତ ପାଇଁ ଦୌଡ଼ିବା ବେଳେ ଜଣେ ଯୁବକ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ଖଲ୍ଲିକୋଟ ଅଞ୍ଚଳର।

ସେହିପରି ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ପୁଲିସ କନେଷ୍ଟବଲ ନିଯୁକ୍ତି ଦୌଡ଼ ପରୀକ୍ଷା ବେଳେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଗୁରୁତର ଦୁଇ ଯୁବକଙ୍କ ଘର ଆମ୍ବାଦଳା ଓ ଗୁଣୁପୁରୁ ବୋଲି ଜଣାପଡ଼ିଛି।

ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ଏଥିରେ ଭାଗ ନେଇଥିବା ଏହି ଦୁଇ ଯୁବକ ଅଚେତ ହୋଇ ତଳେ ପଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.