ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

କେନ୍ଦୁଝର ଜିଲ୍ଲାରେ ୪ ମଇଁଷିଙ୍କୁ ଖାଇଲା ବାଘ

0

ଘଟଗାଁ; କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରି ଖାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଗାଁର କିଛି ମଇଁଷି ଶୁକ୍ରବାର ରାତିରେ ଜଙ୍ଗଲରେ ଥିଲେ। ଏହି ମଇଁଷ ପଲରୁ ୪ଟିକୁ ବାଘ ମାରି ଦେଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗତକାଲି ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି। 

କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା। ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଥିଲା। ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍‌ ଗଠନ କରାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଗୋଟିଏ ବାଘ ମଇଁଷିଙ୍କୁ ମାରି ଖାଇଛି ନା ଆଉ ବାଘ ଅଛନ୍ତି, ସେ ନେଇ ବନ କର୍ମଚାରୀ ଅନୁସନ୍ଧାନ ଚଳାଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି।

ତେବେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲ୍ଲାର ଧରମବନ୍ଧା ସେକ୍ସନ ସିଲିଆରିବାହାଲ ଗାଁରେ ବାଘ ଏକ ବାଛୁରୀକୁ ଖାଇ ଦେଇଥିବା ଜଣାପଡ଼ିଛି। 

Leave A Reply

Your email address will not be published.