ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଦଳିବ ମାଲକାନଗିରିର ରୂପରେଖ

0

ମାଲକାନଗିରି; ବଦଳିବ ମାଲକାନଗିରିର ରୂପରେଖ। ବଣ୍ଡାଘାଟିକୁ ଗଡିବ ବସ୍ ତାସହ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚଶିକ୍ଷା ସୁଯୋଗ। ଆଜି ମାଲକାନଗିରିର ଜନସାଧାରଣଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ବିକେ ପାଣ୍ଡିଆନ। ମାଲକାନଗିରି ସୀତାକୁଣ୍ଡରେ ସ୍ଥାନୀୟ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ। ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ ନେଇ ଆଲୋଚନା କରିଥିଲେ। ପରେ ମୁଦୁଲିପଡାର ବଣ୍ଡା ଘାଟିରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ।

ଜନସାଧାରଣଙ୍କ ଦାବି ଅନୁସାରେ ଖୁବଶୀଘ୍ର ବଣ୍ଡା ଘାଟିକୁ ବସ ଗଡ଼ିବା ସହ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଏହି ଅବସରରେ ବଣ୍ଡା ମ୍ୟୁଜିମର ଅଗ୍ରଗତି ସମ୍ପର୍କରେ ସେ ତଦାରଖ କରିଥିଲେ। ମ୍ୟୁଜିୟମରେ ବଣ୍ଡା ସଂପ୍ରଦାୟର ବିଭିନ୍ନ ସଂସ୍କୃତି ସଂରକ୍ଷଣ ହୋଇ ରହିବ। ଏହାସହ ମାଲକାନଗିରିରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ମାଥିଲିରେ ପହଞ୍ଚିବା ପରେ ସେଠାରୁ ଶିବସାଗର ଯାଇ ଏହାର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ପରେ ସପ୍ତଧାରା ଜଳସେଚନ ପ୍ରକଳ୍ପ, ପ୍ରସ୍ତାବିତ ରେଳ ଲାଇନର ସମୀକ୍ଷା କରିଥିଲେ। ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ଏହାପରେ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହିତ ମାଓ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହ ବଡ଼ପଦାରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିଥିଲେ। ଆଜି ସ୍ବାଭିମାନ ଅଞ୍ଚଳରେ ଫାଇଭ-ଟି ସଚିବ ରାତ୍ର ରହଣି ପରେ ଆସନ୍ତାକାଲି ମଧ୍ୟ ଅନେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ।

Leave A Reply

Your email address will not be published.