ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

0

ନୂଆଦିଲ୍ଲୀ: ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ ଆଜି ସମଗ୍ର ଦେଶରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ୯୧ଟଙ୍କା ୫୦ ପଇସା ହ୍ରାସ ପାଇଛି । କିନ୍ତୁ, ‌ଘରୋଇ ରନ୍ଧନ ନିମନ୍ତେ ବ୍ୟବହାର କରାଯାଉଥିବା ୧୪.୨ କି.ଗ୍ରା.ବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଅପରିବର୍ତ୍ତିତ ରହିଛି।

ନୂଆ ଦର ଅନୁସାରେ, ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦିଲ୍ଲୀରେ ୨,୦୨୮ ଟଙ୍କା, କୋଲ୍‌କାତାରେ ୨,୧୩୨ ଟଙ୍କା, ମୁମ୍ବାଇରେ ୧,୯୮୦ ଟଙ୍କା ଏବଂ ଚେନ୍ନାଇରେ ୨,୧୯୨ ଟଙ୍କା ୫୦ ପଇସାରେ ବିକ୍ରୟ ହେଉଛି।

ସୂଚନାଯୋଗ୍ୟ, ଭାରତରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ରାଷ୍ଟ୍ରାୟତ ତୈଳ କମ୍ପାନିମାନଙ୍କଦ୍ବାରା ଧାର୍ଯ୍ୟ କରାଯାଇଥାଏ। ସେମାନେ ପ୍ରତି ମାସରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସଂଶୋଧନ କରନ୍ତି। ସ୍ଥାନୀୟ ଟିକସ ଯୋଗୁଁ ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସବୁ ରାଜ୍ୟରେ ସମାନ ନ ଥାଏ।

Leave A Reply

Your email address will not be published.