ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

0

ନୂଆଦିଲ୍ଲୀ: ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ ଆଜି ସମଗ୍ର ଦେଶରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ୯୧ଟଙ୍କା ୫୦ ପଇସା ହ୍ରାସ ପାଇଛି । କିନ୍ତୁ, ‌ଘରୋଇ ରନ୍ଧନ ନିମନ୍ତେ ବ୍ୟବହାର କରାଯାଉଥିବା ୧୪.୨ କି.ଗ୍ରା.ବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଅପରିବର୍ତ୍ତିତ ରହିଛି।

ନୂଆ ଦର ଅନୁସାରେ, ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦିଲ୍ଲୀରେ ୨,୦୨୮ ଟଙ୍କା, କୋଲ୍‌କାତାରେ ୨,୧୩୨ ଟଙ୍କା, ମୁମ୍ବାଇରେ ୧,୯୮୦ ଟଙ୍କା ଏବଂ ଚେନ୍ନାଇରେ ୨,୧୯୨ ଟଙ୍କା ୫୦ ପଇସାରେ ବିକ୍ରୟ ହେଉଛି।

ସୂଚନାଯୋଗ୍ୟ, ଭାରତରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ରାଷ୍ଟ୍ରାୟତ ତୈଳ କମ୍ପାନିମାନଙ୍କଦ୍ବାରା ଧାର୍ଯ୍ୟ କରାଯାଇଥାଏ। ସେମାନେ ପ୍ରତି ମାସରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସଂଶୋଧନ କରନ୍ତି। ସ୍ଥାନୀୟ ଟିକସ ଯୋଗୁଁ ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସବୁ ରାଜ୍ୟରେ ସମାନ ନ ଥାଏ।

Leave A Reply

Your email address will not be published.