ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପୁଣି ବିଜୟଙ୍କୁ ଭରସା କଲେ ସରକାର

0

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର କେ ବିଜୟ କୁମାରଙ୍କ ଉପରେ କେନ୍ଦ୍ର ସରକାର ପୁଣି ଥରେ ଭରସା କରିଛନ୍ତି। ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସେ କଶ୍ମୀର ସମସ୍ୟା ସହିତ ମାଓ ଉପଦ୍ରୁତ ରାଜ୍ୟ ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ବର୍ଷକ ପାଇଁ ସରକାର ତାଙ୍କୁ କେନ୍ଦ୍ର ସରକାର ଏହି ନିଯୁକ୍ତି ଦେଇଥିବା ସୂଚନା ମିଳିଛି।

୧୯୭୫ ବ୍ୟାଚର ଏହି ଆଇପିଏସ୍ ଅଫିସର ୨୦୧୮ ମସିହାରୁ ଜାମୁ ଓ କାଶ୍ମୀର ରାଜ୍ୟପାଳଙ୍କୁ ସୁରକ୍ଷା ସଂପର୍କିତ ପରାମର୍ଶମାନ ଦେଇ ଆସୁଥିଲେ। ୬୭ ବର୍ଷୀୟ ବିଜୟ ସିଆରପିଏଫ୍ ଡିଜି ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ତାମିଲନାଡୁରେ ଗଠନ ହୋଇଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସର ମୁଖ୍ୟ ଥାଇ ବୀରାପ୍ପାନଙ୍କୁ ମାରିଥିଲେ। ସେତେବେଳେ ତାଙ୍କ ନାମକୁ ନେଇ ସମଗ୍ର ଦେଶରେ ଚହଳ ସୃଷ୍ଟି ହୋଇଥିଲା। ସେ ହାଇଦ୍ରାବାଦ ସ୍ଥିତ ଜାତୀୟ ପୁଲିସ ଏକାଡେମି ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.