ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଏସଓପି ପ୍ରସ୍ତୁତ କରିବ ଗୃହମନ୍ତ୍ରଣାଳାୟ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟା ଘଟଣା ପରେ ଗୃହମନ୍ତ୍ରଣାଳାୟ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଏସଓପି ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛି ।

ପ୍ରକାଶଥାଉକି, ଅତିକ ଏବଂ ଅସରଫର ହତ୍ୟା କରିଥିବା ଆକ୍ରମଣକାରୀ ସାମ୍ବାଦିକ ବେଶ ଧରି ମିଡିଆକର୍ମୀଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଏବଂ ସୁଯୋଗ ଦେଖି ଘଟଣାକୁ ରୂପ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ତିନିଜଣ ସହଯୋଗୀ ସାମ୍ବାଦିକ ବେଶରେ ଆସିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେହି ସମୟରେ ସାମ୍ବାଦିକମାନେ ଅତିକ ଏବଂ ଅସରଫକୁ ପ୍ରଶ୍ନ ପଚାରୁଥିଲେ । ନିକଟରେ ଅତିକକୁ ସାବରମତୀ ଜେଲରୁ ୟୁପି ଅଣାଯାଇଥିଲା । ପୋଲିସ ତାକୁ ନିଜ ହେପାଜତକୁ ନେଇ ଉମେଶ ପାଲ ହତ୍ୟାକାଣ୍ଡ ମାମଲାର ତଦନ୍ତ ଚଳାଇଥିଲା । ତାଙ୍କ ସହ ଭାଇ ଅସରଫ ମଧ୍ୟ ଥିଲା । ଯେଉଁ ସମୟରେ ଉଭୟ ଭାଇଙ୍କ ଉପରେ ଗୁଳି ଚଳାଯାଇଥିଲା ସେତେବେଳେ ସେମାନଙ୍କ ହାତରେ ହାତକଡି ଲାଗିଥିଲା ।

ଉଭୟ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ପରେ ସରକାର କେନ୍ଦ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏହି ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏଣୁ ଗୃହ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବ ।

Leave A Reply

Your email address will not be published.