ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିଜେବି କଲେଜର ୩ ଜଣ ଛାତ୍ରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

0

ଭୁବନେଶ୍ବର: ବିଜେବି କଲେଜ ରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି। ବିଜେବି କଲେଜ ପରିସରରେ ଶନିବାର ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୩ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବିଜେବି କଲେଜର ଆମ୍ବେଦକର ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏହି ମହାଭାରତ ହୋଇଥିଲା। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବା ପାଇଁ ସେଠାକୁ ଆସିଥିଲେ। ଅଣଛାତ୍ରମାନେ ମଧ୍ୟ ଛାତ୍ରମାନଙ୍କ ସହିତ କ୍ରିକେଟ ଖେଳିବାକୁ କହିଥିଲେ। କିନ୍ତୁ ବିଜେବି କଲେଜର ଛାତ୍ରମାନେ ମନା କରିବାରୁ ସେମାନଙ୍କ ସହିତ ଅଣଛାତ୍ରମାନେ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ବଡ଼ଗଡ଼ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.