ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ନିଜ ଘରୁ ମୃତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା ପୁଲିସ ଅଧିକାରୀ

0

ମୁମ୍ବାଇ: ମୁମ୍ବାଇରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ପୁଲିସ ଅଧିକାରୀଙ୍କ ନାମ ଶୀତଲ ୟେଦକେ। ଯିଏକି ମୁମ୍ବାଇ ପୁଲିସରେ ସବ୍‌-ଇନ୍ସପେକ୍ଟର ଭାବେ ନିୟୋଜିତ ଥିଲେ।

ସୂଚନାନୁସାରେ,  ଶୀତଲ ପ୍ରାୟ ଦେଢ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା । ପୁଲିସ ମୃତ ମହିଳା ପୁଲିସ ଅଧିକାରୀଙ୍କ ମୃତ୍ୟୁର ଯାଞ୍ଚ ଆରମ୍ଭ କରି ଦେଇଛି।

ଶୀତଲ ମୁମ୍ବାଇର କୁର୍ଲା ଉପନଗର ଅଞ୍ଚଳରେ  ଏକୁଟିଆ ରହୁଥିଲେ । ସେ ଯେଉଁ ଘରେ ରହୁଥିଲେ ତାହାର କବାଟ କିଛି ଦିନ ହେବ ବନ୍ଦ ରହିଥିଲା। ଏଥିସହିତ ଉକ୍ତଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରେ ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା।  ଶୀତଲଙ୍କ ମୃତଦେହ ସମ୍ପୂର୍ଣ୍ଣ ପଚି ଯିବା ସହିତ ସେଥିରୁ ଗନ୍ଧ ବାହାରୁଥିଲା। ତେବେ ଶୀତଲ ଜୀବନ ହାରିଛନ୍ତି ନା ଆଉ କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେଦିଗରେ ଯାଞ୍ଚ କରୁଛି ପୁଲିସ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.