ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ପୁରୀ ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ଯ୍ୟଟକ ମୃତ

0

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବାବେଳେ ଅଘଟଣ । ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ଯ୍ୟଟକ ମୃତ । ଗାଧୋଉଥିବା ବେଳେ ସମୁଦ୍ରରେ ବୁଡିଗଲେ ତିନି ପର୍ଯ୍ୟଟକ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ୨ ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡାର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ପୁରୀ ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନରେ ଘଟିଛି ଅଘଟଣ। ୫ ବଙ୍ଗୀୟ ପର୍ଯ୍ୟଟକ ଗତକାଲି ପୁରୀ ଆସିଥିଲେ । ଆଜି ସକାଳେ ସେମାନେ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ସେମାନଙ୍କ ଭିତରୁ ୨ ଜଣ ସମୁଦ୍ରରେ ବୁଡି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ପୁରୀ ମେଡିକାଲରେ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.