ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ

0

କେରଳ: କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡଙ୍ଗା ବୁଡିରେ ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । ତେବେ ଏହି ଘଟଣାକୁ ନେଇ ପୁରା କେରଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରରେ ଦୁଃଖର ପାହାଡ ଖସିପଡିଛି।

କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଡଙ୍ଗାରେ ୪୦ରୁ ୫୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତିରେ ଗତକାଲି କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରୁ କିଛି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବାକୁୁ ପ୍ରୟାସ ଜାରି ରହିଛି । ରାତି ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.