ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା

0

ଭୁବନେଶ୍ୱର: ଅସହ୍ୟ ତାତିରେ ସିଝୁଛି ଓଡିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା ରେର୍କଡ । ୪୨ ଡିଗ୍ରୀ ସହ ବୌଦ୍ଧ ସୁବଠାରୁ ଉତ୍ତପ୍ତ ସହର ପାଲଟିଛି । ସ୍ବାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକ । ଉପକୂଳ ଓ ମଧ୍ୟ ଓଡ଼ିଶାରେ ଅଧିକ ଗୁଳଗୁଳି ଅନୁଭୂତ ହେଉଛି । ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଉଭୟ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୪୧.୪, ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୦.୮ ଡିଗ୍ରି ପାରା ଛୁଇଛି। ସେହିପରି ଉଭୟ ବଲାଙ୍ଗୀର ଓ ଜଗତସିଂହପୁରରେ ୪୦.୫ ଏବଂ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଟିଟିଲାଗଡ଼, ସୋନପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ ପାରା ୪୦ ଡିଗ୍ରି ଛୁଇଛି। ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିପାରେ।

Leave A Reply

Your email address will not be published.