ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମହାନଦୀ ପ୍ରସଙ୍ଗରେ ବଡକଥା କହିଲା ଛତିଶଗଡ

0
  • ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଭବନେଶ୍ବର: ମହାନଦୀନ ଜଳ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲର ବିଚାରାଧୀନ ରହିଛି। ଉଭୟ ଛତିଶଗଡ ଓ ଓଡ଼ିଶା ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏମିତି ସମୟରେ ଆଜି ଛତିଶଗଡ ସରକାରଙ୍କ ଗୃହ ମନ୍ତ୍ରୀ ତାମ୍ରଧ୍ବଜ ସାହୁ ଏକ ବଡ ବୟାନ ଦେଇଛନ୍ତି। ଭୁବନେଶ୍ବର ପହଞ୍ଚିବା ପରେ ତାମ୍ରଧ୍ବଜ ଗଣମାଧ୍ୟମକୁ କହିଛନ୍ତି ଯେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ। ଏଥିପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି। ଦୁଇପକ୍ଷ ବସି ଏ ଦିଗରେ ଆଲୋଟନା କରିପାରିବେ। କଂଗ୍ରେସ ସରକାର ଏଥିପାଇଁ ତତ୍ପର ଅଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାର ସମାଧାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଏକ ବଡ଼ ଭୂମିକା ରହିଛି। ହେଲେ ପୂର୍ବ ସରକାର ଭଳି ତାଙ୍କ ସରକାର ସେତିକି ଅସହଯୋଗ କରୁଛୁ ବୋଲି କହିବା ଠିକ୍ ହେବ ନାହିଁ। ରାଜ୍ୟ ସରକାରଙ୍କ ମତ ଏହା ଉପରେ ଜଣାପଡିନାହିଁ।

ଶ୍ରୀ ସାହୁ ଏହି ଗସ୍ତ କାଳରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ରାଜ୍ୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରିବେ। ସେ ଓବିସି ସେଲ୍ ଦାୟିତ୍ବରେ ଥିବାରୁ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରି ଏହି ସଂଗଠନ ବୃଦ୍ଧି କରିବା ଦିଗରେ ମତ ରଖିବେ।

ମହାନଦୀ ମହାବିବାଦ ମାମଲାକୁ ନେଇ ଗତ କିଛି ବର୍ଷଧରି ଛତିଶଗଡ-କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶା ମୁହାଁମୁହିଁ ସ୍ଥିତିରେ ରହିଛି। ଓଡ଼ିଶା ସରକାରଙ୍କ ଆବେଦନ ଆଧାରରେ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ହେଲେ ମହାନଦୀ ଉପରେ ଛତିଶଗଡ ସରକାର ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ଲାଗି ରଖିଥିବା ନିର୍ଦେଶ ଉପରେ ଏଯାଏ ଓଡ଼ିଶାକୁ ନ୍ୟାୟ ମିଳିନାହିଁ। ଇତିମଧ୍ୟରେ ଛତିଶଗଡରେ କଂଗ୍ରେସ ସରକାର ଶାସନ କ୍ଷମତାକୁ ଆସିଛନ୍ତି।

Leave A Reply

Your email address will not be published.