ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ

0

ଭୁବନେଶ୍ବର: ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ। ୨ ବର୍ଷ ପାଇଁ କୁଳପତି ଭାବେ ଦାୟିତ୍ଵ ତୁଲାଇବେ ସବିତା ପ୍ରଧାନ। ନିଯୁକ୍ତି ଦେଲେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍। ଏବେ ବିଶ୍ୱଭାରତୀ ବିଶ୍ବବିଦ୍ୟାଳୟର ଓଡ଼ିଆ ପ୍ରଫେସର ଅଛନ୍ତି ସବିତା ପ୍ରଧାନ।

ସୂଚନାଯୋଗ୍ୟ, ଯାଜପୁର ରୋଡର ମୂଳବାସିନ୍ଦା ପ୍ରଫେସର ସବିତା ପ୍ରଧାନ ଦୀର୍ଘବର୍ଷ ଧରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧ୍ୟାପନା ସହ ଗବେଷଣା କରିଛନ୍ତି। ତାଙ୍କର ପ୍ରତିକ୍ରିୟାରେ ସେ କହିଛନ୍ତି, ସେ ଅତ୍ୟନ୍ତ ଖୁସି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।

ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ବତନ୍ତ୍ର ଅଧ୍ୟୟନ ଓ ଗବେଷଣା ଉପରେ ଗୁରୁତ୍ବ ଦେବେ। ନିଜ ଦାୟିତ୍ବ ଅତ୍ୟନ୍ତ ଗୁରୁତ୍ବର ସହ ତୁଲାଇବା ସହିତ ଏହି ନୂତନ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ। ପ୍ରଫେସର ସବିତା ପ୍ରଧାନ ରାଉରକେଲା ଓ ଯାଜପୁର ରୋଡର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ ପରେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଏମଏ ପଢ଼ିଥିଲେ। ଓଡିଆ ଭାଷା ଓ ସାହିତ୍ୟ ଉପରେ ଉଚ୍ଚତର ଗବେଷଣା କରିବା ସହ ଅନେକ ଛାତ୍ରଙ୍କ ପିଏଚଡି ଗାଇଡ୍ ରୂପେ କାମ କରିଛନ୍ତି ପ୍ରଫେସର ସବିତା ପ୍ରଧାନ।

Leave A Reply

Your email address will not be published.