ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସୋଆରେ “ମେରା ମିଟି, ମେରା ଦେଶ” ଓ “ବିଭାଜନ ବିଭିଷୀକା ସ୍ମୃତି ଦିବସ” କାର୍ଯ୍ୟକ୍ରମ ଆୟୋଜିତ

0

ଭୁବନେଶ୍ୱର,୧୮/୦୮: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି, ମେରା ଦେଶ” ଶୀର୍ଷକ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଛତାବର ଗ୍ରାମ ପଂଚାୟତ ଅନ୍ତର୍ଗତ ବିନ୍ଧ୍ୟଗିରି ଗ୍ରାମରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉଦ୍‌ଘାଟନ କରିଥିବା ବେଳେ ସମ୍ ନର୍ସିଂ କଲେଜ ଓ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ବିଭିନ୍ନ କିସମର ୭୫ଟି ବୃକ୍ଷରୋପଣ କରାଯାଇଥିଲା। ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନେ ହାତରେ ମାଟି ଦୀପ ଧରି ବସୁଧା ବନ୍ଦନା କରିଥିଲେ। ପ୍ରଫେସର ଶର୍ମା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସେହିପରି ଅଗଷ୍ଟ ୧୪ ତାରିଖ ଦିନ ସୋଆ କ୍ୟାମ୍ପସ ୨ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଉଟ୍‌ରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦେଶର ବିଭାଜନ ଓ ସେ ସମୟରେ ଘଟିଥିବା ବିଭୀଷିକାର କରୁଣ ଚିତ୍ର ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ଶ୍ରୀ ଶ୍ୟାମଳେନ୍ଦୁ ତ୍ରିପାଠୀ ଏକ ପ୍ରଦର୍ଶନୀ ମାଧ୍ୟମରେ ସମସ୍ତଙ୍କୁ ବିଭାଜନ ବିଭୀଷିକାର ଦୃଶ୍ୟ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର କସ୍ତୁରୀ ମହାନ୍ତି, ମଧୁସ୍ମିତା ନାୟକ ,ଶାଶ୍ୱତୀ ଜେନା ଓ ଡ଼. କମଳଲୋଚନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.