ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିଧାନସଭା ମୌସୁମୀ ଅଧିବେଶନର ୨୦୨୩-୨୪ ଅତିରିକ୍ତ ବଜେଟ୍ ଆଗତ

0

ଭୁବନେଶ୍ୱର : ଚଳିତ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୨୬ ପ୍ରତିଶତ ଅର୍ଥାତ୍ ୨୮୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆକାର ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। 

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮୪୮୭ କୋଟି ରହିଛି, ଯାହାକି ରାଜ୍ୟ ଜିଡିପିର ୧୦ ପ୍ରତିଶତ । ତେବେ ରାଜ୍ୟ ସରକାର ଏ ଯାଏ ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅତିରିକ୍ତ ବଜେଟରେ ପଂଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୪୦୮୩କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହାଛଡା ବିପର୍ଯ୍ୟୟ ପରଚାଳନା ପାଇଁ ୪ହଜାର ୬୯୮ କୋଟି ଟଙ୍କା,ପଞ୍ଚାୟତିରାଜ ପାଇଁ ୪ହଜାର ୮୩ କୋଟି ଟଙ୍କା, ଗଣଶିକ୍ଷା ବିଭାଗ ପାଇଁ ୨ହଜାର୮୮୨ କୋଟି ଟଙ୍କା,ଆମ ଓଡିଶା ନବୀନ ଓଡିଶା ପାଇଁ ୧ହଜାର ୩୦୨ କୋଟି ଟଙ୍କା, ଜଳସଂପଦ ପାଇଁ ୨ ହଜାର ୪୦୭ କୋଟି ଟଙ୍କା ଓ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ଅଟକଳ ରଖା ଯାଇଛି।

ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି. ଏହା ପୂର୍ବ ବର୍ଷ ତୁଳନାରେ ୧୨.୯% ଅଧିକ । ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୪.୫% ଅଧିକ ଅଟେ । ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି, ଏହା ପୂର୍ବ ବର୍ଷ ତୁଳନାରେ ଏହା ୧୧.୫% ଅଧିକ । ଚଳିତ ଅଗଷ୍ଟ ଯାଏ ବଜେଟର ୨୯% ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.