ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୋଖରୀରେ ବୁଡ଼ି ଛାତ୍ର ମୃତ

0

ଭୁବନେଶ୍ୱର: ବରମୁଣ୍ଡା ମ୍ୟୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପୋଖରୀରୁ ବୁଡ଼ି ଯିବାରୁ ତାଙ୍କ ମୃତ୍ୟୁ ହୋଇଛି ।ସେ ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଓମ୍ ବଳିଆ ବାବା ଆଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାର ସୂଚନା ମିଳୁଛି ।

ସୂଚନାଯୋଗ୍ୟ, ଆଜି ଓମ୍ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ଆଜି ସ୍କୁଲରେ ଗାନ୍ଧୀ ଜୟନ୍ତୀ ନେଇ ଆୟୋଜନ କରାଯାଇଥିଲା, ହେଲେ ଓମ୍ ଓ ତାଙ୍କ ସାଙ୍ଗମାନେ ସ୍କୁଲ ନଯାଇ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ।

Leave A Reply

Your email address will not be published.