ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

0

ଭୁବନେଶ୍ବର: ପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଯୁଧିଷ୍ଠିର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।

୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲି ବିଧାୟକ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ସେହିପରି ୧୯୮୪ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସେ ପିପିଲି ବ୍ଲକ ଚେୟାରମ୍ୟାନ ଥିଲେ। ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି। ଯୁଦ୍ଧିଷ୍ଠିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।  ବିଭିନ୍ନ ନେତା ଓ ମନ୍ତ୍ରୀ ଗଭୀର ଶୋକପ୍ରକାଶ କରିଛନ୍ତି। 

Leave A Reply

Your email address will not be published.