ପ୍ରମୁଖ ଖବର

ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’, ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭା
ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଅପରାହ୍ନରେ ବସିବ ଛତିଶାନିଯୋଗ ବୈଠକ

0

ପୁରୀ:  ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତନିବାସରେ ବସିବ ଛତିଶାନିଯୋଗ ବୈଠକ । କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଆଜି ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯିବା ସହ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ଓ ସେହି ସମୟରେ ମହାପ୍ରଭୁଙ୍କ ଠାରେ ଲାଗି ବାଳଭୋଗ କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । 

ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରେ ପଡୁଥିବା ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣରେ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ କେତେବେଳେ ଶ୍ରୀମନ୍ଦିର ସିଂହଦ୍ଵାର ଫିଟାଯାଇ  କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ ସେନେଇ ମଧ୍ୟ ଆଲୋଚନା ହେବ। ଏହାଛଡା,ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ଅଶାଳୀନ ପୋଷାକ ପରିଧାନ କଟକଣା । ହେଲେ ଏହାକୁ ନେଇ ବିବାଦ ଉଠିଛି । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ । ଏପରି ସ୍ଥଳେ ମହିଳା ଭକ୍ତଙ୍କୁ ଯାଞ୍ଚ ନେଇ ଆପତ୍ତି ଉଠିଛି । ତେଣୁ ଆଜିର ବୈଠକରେ ଏପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି। ସେହିପରି ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଅନୁମୋଦନ ମଧ୍ୟ କରାଯିବ ।

Leave A Reply

Your email address will not be published.