ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ଟିପ୍ସ

0

ଭୁବନେଶ୍ବର: ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାବେଳେ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ । କେମିତି ସଫଳତା ହାସଲ କରିବେ, ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କିଭଳି କରିବେ ସେ ନେଇ ମାର୍ଗଦର୍ଶିକାରେ ବିସ୍ତୁତ ଭାବେ କୁହାଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଭାବନା ମୁଖ୍ୟ ଉପାଦେୟ । ପାଠ ପଢିବା ସମୟରେ ବ୍ରେକ୍ ନିଅନ୍ତୁ । ଦୀର୍ଘ ସମୟ ଧରି ପଢନ୍ତୁ ନାହିଁ ଏଥିରେ ମାନସିକ ଚାପ ବୃଦ୍ଧି ପାଇଥାଏ । ସାଙ୍ଗସାଥିଙ୍କ ସହ ପଢ଼ିବା ବେଳେ ପାଠ କମ କଥାବାର୍ତ୍ତା ଅଧିକ ହୋଇଥାଏ । ତେଣୁ ସାଙ୍ଗଙ୍କ ସହ ଏକାଠି ପଢ଼ନ୍ତୁ ନାହିଁ, ଯଦି ପଢ଼ୁଛନ୍ତି ପାଠ ବ୍ୟତୀତ ଅନ୍ୟ ବିଷୟରେ କଥା ହୁଅନ୍ତୁ ନାହିଁ ।

ସୁଷମ ଖାଦ୍ୟ ଖାଇବା ସହ ବିଶ୍ରାମ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଶିକ୍ଷା ବିଭାଗ । ୧୦ରୁ ୧୪ ଘଣ୍ଟା ପାଠ ପଢି ଅତି କମରେ ୬ରୁ ୭ ଘଣ୍ଟା ଭଲ ନିଦରେ ଶୋଇବା ଉଚିତ । ପାଠ ପଢିବାକୁ ସମୟ ନିର୍ଘଣ୍ଟ କରିବାକୁ ପରାମର୍ଶ ଦେଇଛି ବିଭାଗ । ସକାଳେ ୧୦ଟାରୁ ମଧ୍ୟାହ୍ନ ସାଢେ ଗୋଟାଏ । ଅପରାହ୍ନ ସାଢେ ୨ଟାରୁ ସାଢେ ୪ଟା । ସଂଧ୍ୟା ସାଢେ ୫ଟାରୁ ରାତି ୯ଟା । ରାତିରେ ସାଢେ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପଢିବାକୁ ପରାମର୍ଶ ଦିଆଯାଇଛି । ସମସ୍ୟା ହେଲେ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ।

ଭଲ ମାର୍କ ନଆସିଲେ ଭାଙ୍ଗି ନପଡ଼ି ଜୀବନର ପରବର୍ତ୍ତୀ ସୋପାନକୁ କିପରି ସୁଦୃଢ କରିବେ ସେଥିପ୍ରତି ଯୋଜନା କରନ୍ତୁ । ସୁସ୍ଥ ରହିବାକୁ ଯୋଗାଭ୍ୟାସ କରନ୍ତୁ । ଯୋଗାଭ୍ୟାସ ମାନସିକ ଚାପ କମାଇବାରେ ସହାୟକ ହୁଏ । ମୋବାଇଲର ସଦୁପଯୋଗ କରନ୍ତୁ । ଅଯଥା ଗେମ ଖେଳନ୍ତୁ ନାହିଁ । ଟାଇମ ଟେବୁଲ କରି ପଢନ୍ତୁ । ପରୀକ୍ଷା ପୂର୍ବରୁ ପାଠପଢା ଶେଷ କରନ୍ତୁ । ଦୁର୍ବଳ ବିଷୟକୁ ଅଧିକ ସମୟ ଧ୍ୟାନ ଦିଅନ୍ତୁ । ତେଲଯୁକ୍ତ ଖାଦ୍ୟ ଖାଅନ୍ତୁ ନାହିଁ । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଏପଟେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଫଳାଫଳ ହେଲେ ପୁରସ୍କାର ଦିଆଯିବ ଓ ଖରାପ ରେଜଲ୍ଟ ହେଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ନିର୍ଦ୍ଦେଶ ରହିଛି । ଯଦି ବ୍ଲକର କୌଣସି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ନହୁଏ ତେବେ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି ଆଦି ଉତ୍ତରଦାୟୀ ରହିବେ । ସେହିପରି ଜିଲ୍ଲାରେ ଶତପ୍ରତିଶତ ରେଜଲ୍ଟ ହେଲେ, ସର୍ବାଧିକ ଏ-ୱାନ ଗ୍ରେଡ କରିଥିବା ତିନୋଟି ସ୍କୁଲକୁ ପୁରସ୍କୃତ କରାଯିବ ।

Leave A Reply

Your email address will not be published.