ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ଟିପ୍ସ

0

ଭୁବନେଶ୍ବର: ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାବେଳେ କେମିତି ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ । କେମିତି ସଫଳତା ହାସଲ କରିବେ, ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କିଭଳି କରିବେ ସେ ନେଇ ମାର୍ଗଦର୍ଶିକାରେ ବିସ୍ତୁତ ଭାବେ କୁହାଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଭାବନା ମୁଖ୍ୟ ଉପାଦେୟ । ପାଠ ପଢିବା ସମୟରେ ବ୍ରେକ୍ ନିଅନ୍ତୁ । ଦୀର୍ଘ ସମୟ ଧରି ପଢନ୍ତୁ ନାହିଁ ଏଥିରେ ମାନସିକ ଚାପ ବୃଦ୍ଧି ପାଇଥାଏ । ସାଙ୍ଗସାଥିଙ୍କ ସହ ପଢ଼ିବା ବେଳେ ପାଠ କମ କଥାବାର୍ତ୍ତା ଅଧିକ ହୋଇଥାଏ । ତେଣୁ ସାଙ୍ଗଙ୍କ ସହ ଏକାଠି ପଢ଼ନ୍ତୁ ନାହିଁ, ଯଦି ପଢ଼ୁଛନ୍ତି ପାଠ ବ୍ୟତୀତ ଅନ୍ୟ ବିଷୟରେ କଥା ହୁଅନ୍ତୁ ନାହିଁ ।

ସୁଷମ ଖାଦ୍ୟ ଖାଇବା ସହ ବିଶ୍ରାମ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଶିକ୍ଷା ବିଭାଗ । ୧୦ରୁ ୧୪ ଘଣ୍ଟା ପାଠ ପଢି ଅତି କମରେ ୬ରୁ ୭ ଘଣ୍ଟା ଭଲ ନିଦରେ ଶୋଇବା ଉଚିତ । ପାଠ ପଢିବାକୁ ସମୟ ନିର୍ଘଣ୍ଟ କରିବାକୁ ପରାମର୍ଶ ଦେଇଛି ବିଭାଗ । ସକାଳେ ୧୦ଟାରୁ ମଧ୍ୟାହ୍ନ ସାଢେ ଗୋଟାଏ । ଅପରାହ୍ନ ସାଢେ ୨ଟାରୁ ସାଢେ ୪ଟା । ସଂଧ୍ୟା ସାଢେ ୫ଟାରୁ ରାତି ୯ଟା । ରାତିରେ ସାଢେ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପଢିବାକୁ ପରାମର୍ଶ ଦିଆଯାଇଛି । ସମସ୍ୟା ହେଲେ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ।

ଭଲ ମାର୍କ ନଆସିଲେ ଭାଙ୍ଗି ନପଡ଼ି ଜୀବନର ପରବର୍ତ୍ତୀ ସୋପାନକୁ କିପରି ସୁଦୃଢ କରିବେ ସେଥିପ୍ରତି ଯୋଜନା କରନ୍ତୁ । ସୁସ୍ଥ ରହିବାକୁ ଯୋଗାଭ୍ୟାସ କରନ୍ତୁ । ଯୋଗାଭ୍ୟାସ ମାନସିକ ଚାପ କମାଇବାରେ ସହାୟକ ହୁଏ । ମୋବାଇଲର ସଦୁପଯୋଗ କରନ୍ତୁ । ଅଯଥା ଗେମ ଖେଳନ୍ତୁ ନାହିଁ । ଟାଇମ ଟେବୁଲ କରି ପଢନ୍ତୁ । ପରୀକ୍ଷା ପୂର୍ବରୁ ପାଠପଢା ଶେଷ କରନ୍ତୁ । ଦୁର୍ବଳ ବିଷୟକୁ ଅଧିକ ସମୟ ଧ୍ୟାନ ଦିଅନ୍ତୁ । ତେଲଯୁକ୍ତ ଖାଦ୍ୟ ଖାଅନ୍ତୁ ନାହିଁ । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଏପଟେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଫଳାଫଳ ହେଲେ ପୁରସ୍କାର ଦିଆଯିବ ଓ ଖରାପ ରେଜଲ୍ଟ ହେଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ନିର୍ଦ୍ଦେଶ ରହିଛି । ଯଦି ବ୍ଲକର କୌଣସି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ନହୁଏ ତେବେ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି ଆଦି ଉତ୍ତରଦାୟୀ ରହିବେ । ସେହିପରି ଜିଲ୍ଲାରେ ଶତପ୍ରତିଶତ ରେଜଲ୍ଟ ହେଲେ, ସର୍ବାଧିକ ଏ-ୱାନ ଗ୍ରେଡ କରିଥିବା ତିନୋଟି ସ୍କୁଲକୁ ପୁରସ୍କୃତ କରାଯିବ ।

Leave A Reply

Your email address will not be published.