ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶିଶୁ ପୁତ୍ରକୁ ମାରିଲା ପରେ ଗାଈକୁ ଖାଇଲା ବାଘ

0

ନୂଆପଡ଼ା: ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ରାତିରେ ଗୁହାଳରେ ପଶି ଗାଈକୁ ମାରି ଦେଇଛି ବାଘ। ଗତକାଲି ଘର ଅଗଣାରୁ ୭ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଇଥିଲା କଲରା ପତରିଆ ବାଘ । ମୃତକ ହୁମନ୍ ମାଝିଙ୍କ ପୁଅ ଡମ୍ବରୁ ମାଝି । ବାଘ ମୁହଁରୁ ଛୁଆଟିକୁ ଉଦ୍ଧାର କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ।

ସୂଚନାଯୋଗ୍ୟ, ସୋମବାର ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ।

Leave A Reply

Your email address will not be published.