ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ରାଜ୍ୟ କ୍ୟାବିନେଟ୍ ରେ ୧୨ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ୧୨ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାରଙ୍କ ନୂଆ ଯୋଜନା। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ ନୂଆ ଯୋଜନା SCRIPS। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ସେହିପରି ଗଞ୍ଜାମର ଧରାକୋଟ ବ୍ଲକର ଜାନଭିଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗଞ୍ଜାମ ଜିଲ୍ଲାର ୫୨.୬୭୫ ହେକ୍ଟର ଜମିକୁ ଜଳସେଚନ ସହ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ ହେବ। ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ହେବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ମୋଟ ୫୯୨୯.୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାକୁ ୪ ବର୍ଷ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି କ୍ୟାବିନେଟ ବୈଠକରେ ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣ ଉଦ୍ଦେଶ୍ୟରେ ତାର ଭୂସଂପତ୍ତି ଉପହାର କରିପାରିବେ। କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ।

Leave A Reply

Your email address will not be published.