ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ନିଆଁ

0

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ଲାଗିଲା ନିଆଁ । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ସଠିକ ଜଣାପଡ଼ିନାହିଁ l ସୂଚନା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଂଚି ନିଆଁକୁ ଆୟତ କରିଛି । ତେବେ ନିଆଁ ଯୋଗୁ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମଳିଛି । କିନ୍ତୁ କେତେ କ୍ଷୟକ୍ଷତି ଘଟିଛି ସେନେଇ ଆକଳନ କରାଯାଇନାହିଁ ।

ନିଆଁ ଲାଗିବା ଦ୍ବାରା ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇ ଉଠିଥିଲା l ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି l ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି l ପୂର୍ବରୁ ମଧ୍ୟ ବହୁଥର ଟ୍ରେନରେ ନିଆଁ ଲାଗିଥିବା ନଜିର ରହିଛି ।

Leave A Reply

Your email address will not be published.