ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବସ୍ ଧର୍ମଘଟ ପ୍ରତ୍ୟାହାର କଲେ ଘରୋଇ ବସ୍ ମାଲିକ ସଂଘ

0

ଭୁବନେଶ୍ବର: ବସ୍ ଧର୍ମଘଟ ପ୍ରତ୍ୟାହାର। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଅଲ ଓଡିଶା ଘରୋଇ ବସ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିଲା । ବସ ମାଲିକ ସଂଘ ନିଜ ଦାବି ଲିଖିତ ଭାବେ ଦେବେ । ତାପରେ ଆଗକୁ ଆଲୋଚନା ହେବ

ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ବସ ମାଲିକ ସଂଘ ଆସନ୍ତା ୧ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ବୋଲି କହିଛନ୍ତି । ବୈଠକରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପରିବହନ ସଚିବ, ଯୁଗ୍ମ ସଚିବ, ମୋ ବସର ପ୍ରତିନିଧି ଉପସ୍ଥିତ ଥିଲେ । ଘରୋଇ ବସ ମାଲିକ ସଂଘ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି । ବସ ମାଲିକଙ୍କ ଯାହା ଦାବି ଯାହା ଅଛି ଲିଖିତ ଆକାରରେ ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । 

Leave A Reply

Your email address will not be published.