ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ ହସ୍ପିଟାଲ ପକ୍ଷରୁ ୱାର୍ଲ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ଦିବସ ପାଳିତ

0

ଭୁବନେଶ୍ୱର, ୨୯/୧୧: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବୁଧବାର ୱାର୍ଲ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ଦିବସ ପାଳିତ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯିବା ପରିପ୍ରେକ୍ଷୀରେ ଏକ ୱାକାଥନ ଓ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ମୁଭ୍‌ମେଂଟ ଡିଜ୍‌ଅର୍ଡର ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ସମସ୍ୟାରେ ପୀଡ଼ିତ ରୋଗୀଙ୍କର ହାତ ଗୋଡ ଥରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ତେଣୁ ରୋଗୀମାନେ ସଚେତନ ହୋଇ ନିଜର ଚିକିତ୍ସା କରାଇବା ଉଚିତ୍ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଏହି ରୋଗୀମାନଙ୍କର କିଭଳି ଯତ୍ନ ନିଆ ଯାଇପାରିବ ସେ ସମ୍ପର୍କରେ ଡାକ୍ତର ଏବଂ ନର୍ସମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ଅବସରରେ ଉପସ୍ଥିତ ରହି ଏହି ରୋଗୀମାନେ କିଭଳି ନିଜ ସମସ୍ୟା ପ୍ରତି ଅଧିକ ସଚେତନ ହୋଇପାରିବେ ସେ ସମ୍ପର୍କରେ ତଥ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଲୁଲୁପ କୁମାର ସାହୁ ମୁଭ୍‌ମେଂଟ ଡିଜ୍‌ଅର୍ଡର ତଥା ଗତି ସମ୍ବନ୍ଧୀୟ ଏହି ଅସୁସ୍ଥତା ମସ୍ତିଷ୍କର ଏକ ସମସ୍ୟା ବୋଲି କହିଥିଲେ । ଏହି ସମସ୍ୟାରେ ମଣିଷର ଗତି ବଢ଼ି ଯାଏ ଓ ତା’ର ହାତ ଗୋଡ ଥରିବା ସହ ନୃତ୍ୟ କଲା ଭଳି ଲାଗିଥାଏ । ସେହିପରି ଏହି ମଣିଷର ଗତିକୁ ମନ୍ଥର ମଧ୍ୟ କରିଦେଇଥାଏ । ଏ କ୍ଷେତ୍ରରେ ପାର୍କିନ୍‌ସନ୍ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଜୀବନ ଶୈଳୀର ପରିବର୍ତନ, ବ୍ୟାୟାମ ଓ ଉପଯୁକ୍ତ ନିଦ୍ରା ଦ୍ୱାରା ଏହି ସମସ୍ୟାକୁ ଏଡ଼ାଇ ହେବ ବୋଲି ଡାକ୍ତର ସାହୁ କହିଥିଲେ । ଆୟୋଜିତ ସେମିନାରରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.