ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ସମ୍ ହସ୍ପିଟାଲ ପକ୍ଷରୁ ୱାର୍ଲ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ଦିବସ ପାଳିତ

0

ଭୁବନେଶ୍ୱର, ୨୯/୧୧: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବୁଧବାର ୱାର୍ଲ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ଦିବସ ପାଳିତ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯିବା ପରିପ୍ରେକ୍ଷୀରେ ଏକ ୱାକାଥନ ଓ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ମୁଭ୍‌ମେଂଟ ଡିଜ୍‌ଅର୍ଡର ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ସମସ୍ୟାରେ ପୀଡ଼ିତ ରୋଗୀଙ୍କର ହାତ ଗୋଡ ଥରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ତେଣୁ ରୋଗୀମାନେ ସଚେତନ ହୋଇ ନିଜର ଚିକିତ୍ସା କରାଇବା ଉଚିତ୍ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଏହି ରୋଗୀମାନଙ୍କର କିଭଳି ଯତ୍ନ ନିଆ ଯାଇପାରିବ ସେ ସମ୍ପର୍କରେ ଡାକ୍ତର ଏବଂ ନର୍ସମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ଅବସରରେ ଉପସ୍ଥିତ ରହି ଏହି ରୋଗୀମାନେ କିଭଳି ନିଜ ସମସ୍ୟା ପ୍ରତି ଅଧିକ ସଚେତନ ହୋଇପାରିବେ ସେ ସମ୍ପର୍କରେ ତଥ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଲୁଲୁପ କୁମାର ସାହୁ ମୁଭ୍‌ମେଂଟ ଡିଜ୍‌ଅର୍ଡର ତଥା ଗତି ସମ୍ବନ୍ଧୀୟ ଏହି ଅସୁସ୍ଥତା ମସ୍ତିଷ୍କର ଏକ ସମସ୍ୟା ବୋଲି କହିଥିଲେ । ଏହି ସମସ୍ୟାରେ ମଣିଷର ଗତି ବଢ଼ି ଯାଏ ଓ ତା’ର ହାତ ଗୋଡ ଥରିବା ସହ ନୃତ୍ୟ କଲା ଭଳି ଲାଗିଥାଏ । ସେହିପରି ଏହି ମଣିଷର ଗତିକୁ ମନ୍ଥର ମଧ୍ୟ କରିଦେଇଥାଏ । ଏ କ୍ଷେତ୍ରରେ ପାର୍କିନ୍‌ସନ୍ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଜୀବନ ଶୈଳୀର ପରିବର୍ତନ, ବ୍ୟାୟାମ ଓ ଉପଯୁକ୍ତ ନିଦ୍ରା ଦ୍ୱାରା ଏହି ସମସ୍ୟାକୁ ଏଡ଼ାଇ ହେବ ବୋଲି ଡାକ୍ତର ସାହୁ କହିଥିଲେ । ଆୟୋଜିତ ସେମିନାରରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.