ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା

0

ଦକ୍ଷିଣ ଆଭ୍ୟନ୍ତର , ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନ

ଭୁବନେଶ୍ବର: ଗତ କାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଥିବା ଅବପାତ ଆଜି ସକାଳେ ଆହୁରି ଘନିଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଘନିଭୂତ ହୋଇ ବାତ୍ୟା ରେ ପରିଣତ ହେବ। ଏହା ପରେ ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବ ଓ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପହଞ୍ଚି ଉତ୍ତର ଦିଗ ରେ ଉପକୂଳ ସହ ସମାନ୍ତରାଳ ଭାବରେ ଗତି କରି ୫ ତାରିଖ ଦିନ ନାଲେର ଓ ମଛଲିପଟନମ ମଧ୍ୟରେ ଗୋଟିଏ ବାତ୍ୟା ଆକାର ରେ ସ୍ଥଳଭାଗ ଅତିକ୍ରମ କରିବ ।

ଏହାର ପ୍ରଭାବରେ ୩ ତାରିଖ ରୁ ଦକ୍ଷିଣ ଓଡ଼ିଶା ରେ ପାଗ ପରିବର୍ତ୍ତନ ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲା ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୩-୪ ଡିସେମ୍ବର ରେ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶା ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମାଲକାନାଗିରି, କୋରାପୁଟ, ରାୟଗଡ଼ା , ଗଜପତି, ଗଞ୍ଜାମ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୪-୫ ରେ ରାଜ୍ୟ ରେ ବର୍ଷା ର ପ୍ରଭାବ ବଢିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଗଜପତି, ଗଞ୍ଜାମ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫-୬ ଡିସେମ୍ବର ରେ ଗଞ୍ଜାମ, ଗଜପତି, ପୁରୀ , ନୟାଗଡ଼, ଜଗତସିଂହପୁର,ଖୋର୍ଦ୍ଧା, କୋରାପୁଟ , ରାୟଗଡ଼ା , କଟକ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୦୪-୦୭ ତାରିଖ ଯାଏଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବା ସହ ୫-୬ ରେ ଉପକୂଳ ରେ ପବନ ର ବେଗ ୪୦-୫୦କିମି / ଘଣ୍ଟା ରହିପାରେ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.