ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ( ପିସିଆଇ)ର ସହଯୋଗିତାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍‌ବିଇଏମଏସ) ଦ୍ୱାରା ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏନ୍‌ବିଇଏମଏସ ର ସଭାପିତ ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସଞ୍ଜୀବ ମିତଲ ଓ ଡାକ୍ତର ଦେବାଶିଷ ଧର ସିପିଆର ବିଷୟରେ ବିଶଦ ଆଲୋଚନା କରିଥିଲେ । ସେମାନେ ବୁଝାଇଥିଲେ ଯେ କିପରି କେତେକ ସରଳ ପଦ୍ଧତି ଅନୁସରଣ କରି ହୃଦଘାତ ଜନିତ ସମସ୍ୟାରେ ରୋଗୀର ଜୀବନ ରକ୍ଷା କରା ଯାଇପାରିବ ।

ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ । ଏଥିରେ ଏସପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍‌ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.