ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ୬ ମାସ ପାଇଁ ଏସ୍‌ମା ଲାଗୁ

0

ଭୁବନେଶ୍ବର: ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ  ରାଜ୍ୟ ସରକାର ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ (ଏସ୍‌ମା) ଲାଗୁ କରିଛନ୍ତି। ବୁଧବାର ଗୃହ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ସରକାର ଏହି ନିୟମ ଆଜିଠାରୁ ଆଗାମୀ ମାସ ପାଇଁ ଲାଗୁ କରିଛନ୍ତି। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସ୍‌ମା ଲାଗୁ କରାଯାଇଛି

ଏସ୍‌ମା ଲାଗୁ ହୋଇଯିବା ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଏସ୍‌ମା ଲାଗୁ ହୋଇଛି।

Leave A Reply

Your email address will not be published.