ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରାଉରକେଲାରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

0

ରାଉରକେଲା: ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ରାଉରକେଲାରେ ସ୍ବାସ୍ଥ୍ୟ ଟିମର ତନାଘନା। ସହରରେ ୫୯୫ ଜଣ ସଂକ୍ରମିତ ହୋଇଥିବାବେଳେ ୧୬୨ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣ ସୁଦ୍ଧା ରାଉରକେଲାରେ ଡାଇରିଆରେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଥିଲା। ଆକ୍ରାନ୍ତ ହୋଇଥିବା ଆଉ ଦୁଇଜଣ ବ୍ୟକ୍ତିଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ମୃତକ ହେଲେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ରାଉରକେଲା ଗାନ୍ଧୀରୋଡର ଅତୁଲ କିସାନ (୭୦)। ପୂର୍ବରୁ ଗତକାଲି ରାତିରେ ରାଉରକେଲା ରେଳ ଷ୍ଟେସନ୍ ନିକଟ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ବାଇଁ(୫୨) ଆଖି ବୁଜିଥିଲେ। ସେ ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଆଖି ବୁଜିଥିଲେ। ପ୍ରଣବଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ନେଇଥିଲା ଡାଇରିଆ। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଏଥିରେ ପ୍ରାଣ ହରାଇଥିଲେ। ସେମାନେ ହେଲେ ରାଉରକେଲା ପାନପୋଷର ଗ୍ଲାସନ୍‌ ସାମନ୍ତ (୩୮), ଉଦିତ ନଗରର ନାନ୍‌ସି ଦୁ‌ବେ (୭୫), ପାନପୋଷ ତରକେରାର ଫୁଲତୋଳି ଗୌଡ଼ (୨୩) ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ (୭୦)।

ସହରର ୧୨ଟି ଓ୍ବାର୍ଡରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଳ ଜନିତ ରୋଗ ହୋଇଥାଇପାରେ ବୋଲି ସନ୍ଦେହ କରି ଜଳ କଲଚର୍ କରିବାକୁ ପଠାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଓ୍ବାଟକୋକୁ ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଏହା ଜଳରୁ ବ୍ୟାପିନଥିବା ଓ୍ବାଟକୋ ପକ୍ଷରୁ କୁହାଯାଇଛି। ୧୮ ଟି ଟିମ୍ ବିଭିନ୍ନ ସ୍ଥାନରେ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ପାଣି ପାଇପ କେଉଁଠି ଲିକେଜ ଅଛି ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.