ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ

0

ନାଗପୁର: ନାଗପୁରରେ ଥିବା ଏକ ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌’ ନାମକ କମ୍ପାନିରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍‌ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଲକାଧିକ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ନାଗପୁର ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାରଙ୍କ କହିବା ମୁତାବକ, ନାଗପୁରର ବଜାରଗାଓଁ ଅଞ୍ଚଳରେ ଥିବା ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ବିସ୍ଫୋରଣ ଘଟିବା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଛି। ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ଥିବା କାଷ୍ଟ୍‌ ବୁଷ୍ଟର୍‌ ପ୍ଲାଣ୍ଟରେ ପ୍ୟାକିଙ୍ଗ୍‌ କରାଯିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।

Leave A Reply

Your email address will not be published.