ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ

0

ନାଗପୁର: ନାଗପୁରରେ ଥିବା ଏକ ବିସ୍ଫୋଟକ ପ୍ରସ୍ତୁତକାରୀ କମ୍ପାନୀରେ ବିସ୍ଫୋରଣ ଘଟି ୯ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍‌ ଇଣ୍ଡ‌ଷ୍ଟ୍ରିଜ୍‌ ଲିମିଟେଡ୍‌’ ନାମକ କମ୍ପାନିରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍‌ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଲକାଧିକ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ନାଗପୁର ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ହର୍ଷ ପୋଦ୍ଦାରଙ୍କ କହିବା ମୁତାବକ, ନାଗପୁରର ବଜାରଗାଓଁ ଅଞ୍ଚଳରେ ଥିବା ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ବିସ୍ଫୋରଣ ଘଟିବା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଛି। ‘ସୋଲାର୍‌ ଏକ୍ସପ୍ଲୋସିଭ୍‌ କମ୍ପାନି’ରେ ଥିବା କାଷ୍ଟ୍‌ ବୁଷ୍ଟର୍‌ ପ୍ଲାଣ୍ଟରେ ପ୍ୟାକିଙ୍ଗ୍‌ କରାଯିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।

Leave A Reply

Your email address will not be published.