ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ତପ୍ତପାଣି ଘାଟିରେ ଓଲଟିଛି ବସ୍ ୪୦ ଯାତ୍ରୀ ଆହତ, ୬ ଗୁରୁତର

0

ଗଞ୍ଜାମ: ଗଞ୍ଜାମ ଓ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପିକନିକ ବସ୍ ଓଲଟି ୪୦ ଯାତ୍ରୀ ଆହତ ଓ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆହତଙ୍କ ଭିତରେ ବହୁ ମହିଳା ଓ ଛୋଟ ଛୁଆ ରହିଛନ୍ତି। ଏବେ ଆହୁରି ଅନେକ ଯାତ୍ରୀ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ବର୍ଷର ଶେଷ ଦିନରେ ଯାଜପୁର ଦଶରଥପୁର ପଟନ୍ନା ଗାଁରୁ ୬୦ରୁ ଅଧିକ ଯାତ୍ରୀ ଗଜପତି ଜିଲ୍ଲା ଜିରାଙ୍ଗ ଓ ଖସଡ଼ା ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ପିକନିକ୍ ମନାଇବା ପରେ ଯାଜପୁର ଅଭିମୁଖେ ବାହାରିଥିଲା ବସ । କିନ୍ତୁ ତପ୍ତପାଣି ଘାଟି ବେଲଗଡ଼ ଗ୍ରାମ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।

ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ଆଉ ୬ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.