ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଓୟୋ ହୋଟେଲରୁ ଅଙ୍ଗନବାଡ଼ି ଦିଦିଙ୍କ ମୃତ ଦେହ ଉଦ୍ଧାର

0

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ; ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ। ଗତକାଲି ସେ ତାଙ୍କ ପ୍ରେମିକ ସଙ୍କେତ ସେନାପତିଙ୍କ ସହ ଭୁବନେଶ୍ୱରରୁ ଆସି ହଳଦିଆପଦର ସ୍ଥିତ ଓୟୋ ହୋଟେଲ୍‌ରେ ରହିଥିଲେ। ସନ୍ଧ୍ୟାରେ ସେମାନେ ହୋଟେଲ୍‌କୁ ଆସିଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ତାଙ୍କ ପ୍ରେମିକ କହିଛନ୍ତି। 

ରାତି ପ୍ରାୟ ସାଢ଼େ ୧୦ଟାରେ ସଙ୍କେତ ତାଙ୍କ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସଙ୍କେତ ତାଙ୍କ ପ୍ରେମିକାଙ୍କ ମା’ଙ୍କୁ ଫୋନ୍ କରିଥିଲେ। ତେବେ ପ୍ରେମିକାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସେ କହି ନଥିଲେ। କେବଳ ଦେହ ଭଲ ନଥିବା କହିଥିଲେ। ଯୁବତୀଙ୍କ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ।

ଯୁବତୀଙ୍କ ପୁରୁଷ ବନ୍ଧୁ ସଙ୍କେତ ଭୁବନେଶ୍ବରର ଜେ.କେ. ଟାୟାର କମ୍ପାନୀରେ ସେଲସ୍‌ ମ୍ୟାନେଜର ଭାବେ କାମ କରୁଥିଲେ । ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ପୁରୀ ନ ଯାଇ ସଙ୍କେତ ଯୁବତୀଙ୍କୁ ଓୟୋ ହୋଟେଲକୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଙ୍କେତକୁ ଅଟକ ରଖି ପଚରାଉଚୁରା କରୁଛି ବ୍ରହ୍ମପୁର ପୋଲିସ୍ । ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । 

Leave A Reply

Your email address will not be published.