ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସୋଆରେ ‘ବେଟି ବଚାଓ ବେଟି ପଢ଼ାଓ’ ନେଇ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର, ୧୩/୦୧: ଝିଅମାନେ ପାଠ ପଢ଼ିଲେ, ସଶକ୍ତ ହେଲେ ଦେଶ ଆଗକୁ ଯିବ । ପରିବାର ସହିତ ଦେଶର ଅର୍ଥନୀତି ମଧ୍ୟ ମହିଳାଙ୍କ ସଶକ୍ତିକରଣ ଉପରେ ନିର୍ଭର କରେ । ଏହି ପ୍ରସଙ୍ଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ରେ ଶନିବାର ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର୍‌) ଦ୍ୱାରା ପ୍ରାୟୋଜିତ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବିଆଇଆଇଟିଏମ୍‌, ଭୁବନେଶ୍ୱରର ମିଳିତ ସହଯୋଗରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଅଂଚଳ ତଥା ବସ୍ତିରେ ଝିଅମାନଙ୍କର ଅଧାରୁ ପାଠ ପଢ଼ା ବନ୍ଦ ଓ ଖୁବ୍ କମ୍ ବୟସରୁ ବିବାହକୁ ନେଇ ଅନୁସନ୍ଧାନ କରାଯାଇଥିଲା । ଦୀର୍ଘ ୩ ରୁ ୪ ମାସ ଧରି ଏସ୍‌ଏଚ୍‌ଏମ୍‌ର ଟିମ୍ ଏ ନେଇ ଗବେଷଣା କରିଥିବା ବେଳେ ପ୍ରାୟ ୩୦୦୦ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସେହି ତଥ୍ୟ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ପ୍ରଶଂସା କରିବା ସହ ତୃଣମୂଳ ସ୍ତରରେ ଏହି ସବୁ ସମସ୍ୟା ବାହାର କରିବା ସହ ଝିଅ ମାନଙ୍କୁ ଶିକ୍ଷିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଝିଅମାନେ ଶିକ୍ଷିତ ହେଲେ ଦେଶର ଅର୍ଥନୀତି ବଳିଷ୍ଠ ହେବ ବୋଲି ସେ କହିଥିଲେ । ସେହିପରି ଏସଏଚଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଥିଲେ ଯେ ୩ -୪ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱର ଅଂଚଳରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଏହା ସରକାରଙ୍କୁ ‘ବେଟି ବଚାଓ ବେଟି ପଢ଼ାଓ’ ନୀତି ପ୍ରସଙ୍ଗରେ ସାହାଯ୍ୟ କରିବ ।

ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ରାଜଲକ୍ଷ୍ମୀ ନାୟକ ଓ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ସ୧ାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ଅଣ୍ଡର ସେକ୍ରେଟାରୀ ଶ୍ରୀମତି ଗାୟତ୍ରୀ ସାମନ୍ତରାୟ ଓ କିଟ୍ ଲ ସ୍କୁଲର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ବିନୀତା ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.