ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗଙ୍କ ପରିବାର

0

ଭୁବନେଶ୍ବର: ପୁଣି କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗଙ୍କ ପରିବାର। ଏଆଇସିସି ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ପୂର୍ବରୁ ଆଲୋଚନା ସରିଥିଲା । ଏବେ ବିଦ୍ଧିବଦ୍ଧ ଭାବେ ସେ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି।

ତେବେ ଆଜି ବିଧିବଦ୍ଧ ଭାବେ ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ସହ ସଂଜୟ ଭୋଇ ଦିଲ୍ଲୀ ଯାଇ କଂଗ୍ରେସ ହାତ ଧରିଛନ୍ତି। ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ। ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ। କିନ୍ତୁ ବିଆରଏସ ଏବେ ଓଡିଶାରେ ନିଜର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା କରି ନଥିବାରୁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିଥିଲେ ଗିରିଧର ଏବଂ ତାଙ୍କ ପୁଅ।

ସେହିପରି ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। ଏବେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି। ତେଣୁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.