ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ମିଳିଛି ଦାୟିତ୍ୱ। ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି। କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି। ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

ସେହିପରି ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ହିମାଂଶୁ ଲାଲ୍‌ଙ୍କୁ ଉତ୍ତରାଞ୍ଚଳ ଆଇଜି କରାଯାଇଥିବା ବେଳେ ଦୀପକ କୁମାର ହୋଇଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି। ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଂଜ ଆଇଜି କରାଯାଇଥିବା ବେଳେ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି କରାଯାଇଥିବା ବେଳେ ମଡକର ସନ୍ଦୀପ ସଂପଦ ହୋଇଛନ୍ତି ଢେଙ୍କାନାଳ ଏସ୍‌ପି। ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର୍ସ ଏଆଇଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। 

ଏହାସହ ଜ୍ଞାନରଂଜନ ମହାପାତ୍ରଙ୍କୁ  ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଅମରେଶ ପଣ୍ଡାଙ୍କୁ ପୁଲିସ୍ ମୁଖ୍ୟାଳୟ ଏଆଇଜି କରାଯାଇଛି। ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି। ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି କରାଯାଇଥିବା ବେଳେ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି।

Leave A Reply

Your email address will not be published.