ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତରତ୍ନ

0

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମୋଦୀ କହିଛନ୍ତି, ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବ। ଆଡଭାନୀଙ୍କୁ ଏ ସୁସମ୍ବାଦ ଦେବା ସହ ମୁଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛି।

ଆଡଭାନୀ ଜୀ ଆମ ସମୟର ଜଣେ ସମ୍ମାନୀତ ରାଷ୍ଟ୍ରନେତା। ଭାରତର ବିକାଶରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ  । ତୃଣମୂଳ ସ୍ତରରୁ କାମ କରିବା ଠୁ ନେଇ ଉପପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦେଶର ସେବାରେ ତାଙ୍କ ଜୀବନ ବିତିଛି  । ଏହା ସର୍ବଦା ଅତୁଳନୀୟ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

Leave A Reply

Your email address will not be published.