ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ଶଙ୍ଖ ଫୁଙ୍କିଲେ ମନ୍ମଥ

0

ଭୁବନେଶ୍ବର: ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ।

ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ‌ଆସିଥିଲେ। ମିଶ୍ରଣ ପର୍ବରେ ପ୍ରତିକ୍ରିୟା ରଖିବା ବେଳେ ଭାବବିହ୍ୱଳ ହୋଇପଡିଲେ ମନ୍ମଥ। ପ୍ରଥମଥର ପାଇଁ ବାବାଙ୍କ ଠାରୁ ଅଲଗା ହୋଇ ରାଜନୀତିର ମଞ୍ଚରେ ବସିଛି। ମୋ ଉପରେ ବାବାଙ୍କ ଆଶିର୍ବାଦ ରହିଛି। ସେ ମୋତେ ସଦାବେଳେ ଶିଖାଇ ଆସିଛନ୍ତି, ଯେଉଁ ଦଳରେ ରହିବ, ସେଠି ଶେଷ ଯାଏଁ ଜଣେ କର୍ମୀ ତଥା ସୈନ୍ୟ ଭାବରେ କାମ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, କିଛି ମାସ ପୁର୍ବରୁ ପାଇଲଟ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ ମନ୍ମଥ। ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ସେ କଂଗ୍ରେସରୁ ଲଢ଼ିବେନି ବୋଲି ସ୍ପଷ୍ଟ କରିଥିଲେ।

Leave A Reply

Your email address will not be published.