ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

0

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯାଜପୁର, କଟକ ଓ କନ୍ଧମାଳକୁ ବାଦ୍ ଦେଇ ଆଉ ୧୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ବିଜେପିର ଟିକେଟ୍‌ ଘୋଷଣା ହେଲା ପରେ ଦଳୀୟ ମହଲରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି।

୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବ୍‌ଦବା ଦିଲ୍ଲୀ ଦରବାରରେ ରହିଥିଲା। ସେ ଓଡ଼ିଶା ବିଜେପିର ଚେହେରା ପାଲଟିଥିଲେ। ଏଥର ସେ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ବିଜେପିର ୪ ଜଣ ସାଂସଦ ଟିକେଟ୍‌ ବଜାୟ ରଖିଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର ଜୁଏଲ୍‌ ଓରାମ, ଭୁବନେଶ୍ବରର ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରର ସଙ୍ଗୀତା ସିଂହଦେଓ ଓ ବାଲେଶ୍ବରର ପ୍ରତାପ ଷଡ଼ଙ୍ଗୀ। ଏହି ଚାରି ଜଣଙ୍କ ଉପରେ ଦଳ ପୁଣି ଆସ୍ଥା ସ୍ଥାପନ କରିଛି।

ତେବେ ବିଜେପିର ୪ ସାଂସଦଙ୍କୁ ଟିକେଟ୍ ମିଳିନାହିଁ। ଏପରିକି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ମଧ୍ଯ ଟିକେଟ୍ କଟିଛି । ଓଡ଼ିଶାର ମୋଟ ୨୧ ଲୋକସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଟିକେଟରୁ ବାଦ ପଡିଛନ୍ତି । ସେହିପରି ଆଉ ଦୁଇଟି ଆସନରେ ମଧ୍ଯ ଦଳ ପ୍ରାର୍ଥୀ ବଦଳାଇଛି । କୋରାପୁଟ ଓ ବ୍ରହ୍ମପୁର ଆସନରେ ନୂଆ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି ।

Leave A Reply

Your email address will not be published.