ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ଆଜି ବିଜେଡିର ସପ୍ତମ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସୂଚନାଯୋଗ୍ୟ, ସପ୍ତମ ପର୍ଯ୍ୟାୟରେ ବିଜୁ ଜନତା ଦଳ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ୬ ପ୍ରାର୍ଥୀଙ୍କୁ ମିଶାଇ ବିଜେଡ଼ିର ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୪୧ରେ ପହଂଚିଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ ମହିଳା ପ୍ରାର୍ଥୀ । ସୋମବାର ଦିନ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ପ୍ରାର୍ଥୀ । ସେମାନେ ହେଲେ ଅର୍ଚ୍ଚନାରେଖା ବେହେରା ଓ ରଞ୍ଜିତା ମାରାଣ୍ଡି । ଅର୍ଚ୍ଚନା ଦଳ ଟିକେଟରେ ରଘୁନାଥପଲ୍ଲୀରୁ ନିର୍ବାଚନ ଲଢିବେ । ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ସେହିଭଳି ରଞ୍ଜିତା ମାରାଣ୍ଡି ମଧ୍ୟ ପ୍ରଥମ ଥର ପାଇଁ ବାଙ୍ଗିରୀପୋଷିରୁ ନିର୍ବାଚନ ଲଢିବେ ।

Leave A Reply

Your email address will not be published.