ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ଆଜି ବିଜେଡିର ସପ୍ତମ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସୂଚନାଯୋଗ୍ୟ, ସପ୍ତମ ପର୍ଯ୍ୟାୟରେ ବିଜୁ ଜନତା ଦଳ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ୬ ପ୍ରାର୍ଥୀଙ୍କୁ ମିଶାଇ ବିଜେଡ଼ିର ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୪୧ରେ ପହଂଚିଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ ମହିଳା ପ୍ରାର୍ଥୀ । ସୋମବାର ଦିନ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ପ୍ରାର୍ଥୀ । ସେମାନେ ହେଲେ ଅର୍ଚ୍ଚନାରେଖା ବେହେରା ଓ ରଞ୍ଜିତା ମାରାଣ୍ଡି । ଅର୍ଚ୍ଚନା ଦଳ ଟିକେଟରେ ରଘୁନାଥପଲ୍ଲୀରୁ ନିର୍ବାଚନ ଲଢିବେ । ଏହା ତାଙ୍କର ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ସେହିଭଳି ରଞ୍ଜିତା ମାରାଣ୍ଡି ମଧ୍ୟ ପ୍ରଥମ ଥର ପାଇଁ ବାଙ୍ଗିରୀପୋଷିରୁ ନିର୍ବାଚନ ଲଢିବେ ।

Leave A Reply

Your email address will not be published.