ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସିଭିଅର୍ ହିଟ୍ ୱେଭ୍ ପାଇଁ ରେଡ୍ ଆଲର୍ଟ ଜାରି

0
  • ଆହୁରି ବଢିବ ତାପମାତ୍ରା, ଆସନ୍ତା ଏକ ସପ୍ତାହ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ
  • ୨୬-୨୯ ଏପ୍ରିଲ ରେ ସର୍ବାଧିକ ପ୍ରଭାବ

ଭୁବନେଶ୍ବର: ତାତି ରେ ଜଳୁଛି ସାରା ଓଡ଼ିଶା । ପଶ୍ଚିମ / ଉତ୍ତର ପଶ୍ଚିମ ଦିଗ ରୁ ରାଜ୍ୟ କୁ ଗରମ ଓ ଶୁଷ୍କ ପବନ ପ୍ରବାହ ଯୋଗୁଁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ତେବେ ଆସନ୍ତା ଏକ ସପ୍ତାହ ଯାଏଁ ରାଜ୍ୟ ରେ ଆହୁରି ବଢିବ ଦିନ ତାପମାତ୍ରା। ଦିନ ତାପମାତ୍ରା କ୍ରମଶଃ ୪-୬°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ବିଶେଷ କରି ଏପ୍ରିଲ ୨୬-୨୯ ଯାଏଁ ରାଜ୍ୟ ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

ତେବେ ଅଧିକାଂଶ ଅଞ୍ଚଳରେ ୪୦.୦°C ଉପରେ ଦିନ ତାପମାତ୍ରା ଅନିଭୂତ ହେବ। ଅନେକ ଅଞ୍ଚଳ ରେ ୪୨.୦ C ଉପରେ ପାରଦ ରହିବ। ସେହିପରି ଏହି ସମୟ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୪୫.୦°C ଟପିବ ବୋଲି ଆକଳନ କରାଯାଉଛି। ଗରମ ସହ ଗୁଳୁଗୁଳି ଅନୁଭୁତ ହେବ। ରାଜଧାନୀ ଭୁବନେଶ୍ବର ରେ ଆସନ୍ତା ୨୭-୨୯ ତାରିଖ ବେଳକୁ ଦିନ ତାପମାତ୍ରା ୪୩.୦°C ଟପି ପାରେ। ଏହି ସମୟ ରେ ବର୍ଷା ସମ୍ଭାବନା କ୍ଷୀଣ।

ସାର୍ଥକ ମିଶ୍ର

Leave A Reply

Your email address will not be published.