ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅକଳରେ ପକାଇଦେଲେଣି ପାଣ୍ଡିଆନ୍

0
  • ସବୁ ସରକାରରେ ଚର୍ଚ୍ଚାରେ ଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
  • ସରକାର ଭାବମୂର୍ତି ପରିବର୍ତନ ପାଇଁ ଏଥର କିନ୍ତୁ ଆଗରେ

ଭୁବନେଶ୍ବର: କାଳ କାଳ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶାସନରେ ନିଜର ସ୍ବତନ୍ତ୍ର ପ୍ରଭାବ ବିସ୍ତାର କରି ଆସିଛି। ବିଜୁ ବାବୁଙ୍କ ସମୟରେ ପ୍ୟାରୀମୋହନ ମହାପାତ୍ରଙ୍କ ଭୂମିକା କାହାକୁ ଅଗୋଚର ନାହିଁ। ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗଙ୍କ ସମୟରେ ବି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ବ ନେବା ପରଠାରୁ କେବେ ବେଣୁ ମିଶ୍ର, ଯୁଗଳ ମହାପାତ୍ରଙ୍କର ପ୍ରଭାବ ବାରି ହେଉଥିଲା, ଆଉ କେବେ ବିଜୟ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ପାଢୀଙ୍କର। ଭି କାର୍ତିକେୟନ୍ ପାଣ୍ଡିଆନଙ୍କୁ ନେଇ ବି ବାରମ୍ବାର ଚର୍ଚ୍ଚା ହୋଇଛି।

ହେଲେ ଏମାନଙ୍କ ଠାରୁ କିଏ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବେଶୀ ସଫଳତା ଆଣିବାରେ ପ୍ରମୁଖ ସାରଥୀ ସାଜିଛନ୍ତି? ସରକାର ପାଇଁ ପ୍ରଶଂସା ଗୋଟାଇବାରେ କାହାର ଭୂୁମିକା ଅଧିକ ରହିଛି? ସଂପ୍ରତି ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନଙ୍କ କାର୍ଯ୍ୟକୁ ନିରେଖି ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଏଭଳି ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ନବୀନଙ୍କ ପ୍ରଥମ ଦଫାରେ ବେଣୁ, ଯୁଗଳଙ୍କ ସହିତ ପ୍ୟାରୀଙ୍କୁ ଯୋଡି କିଏ କିଏ କେତେ କଥା କହୁଥିଲେ। କିଏ କହୁଥିଲେ ବିଜେପି (ବେଣୁ, ଯୁଗଳ, ପ୍ୟାରୀ) ସରକାର ଚାଲିଛି। ସଂଯୋଗବଶତଃ ସେତେବେଳେ ବିଜେପି ସହିତ ବିଜେଡି ମେଣ୍ଟରେ ରହି ଶାସନ ଚଳାଉଥିଲା। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରଭାବ ଥିଲା, କିନ୍ତୁ ପ୍ୟାରୀ ବାବୁଙ୍କର ଦବଦବା ବି କିଛି କମ୍ ନଥିଲା। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବିଜୟ ପଟ୍ଟନାୟକଙ୍କ କର୍ତୃତ୍ବ ବେଶ୍ ଚର୍ଚ୍ଚାକୁ ଆସିଥିଲା। ହେଲେ, ବେଦାନ୍ତ ବିଶ୍ବବି୍ଦ୍ୟାଳୟ ମାମଲାରେ ଲୋକପାଳଙ୍କ ଟିପପଣୀ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ଅଡୁଆରେ ପକାଇଥିଲା। ଲାଞ୍ଚ ଦେବା ପାଇଁ ଉଦ୍ୟମ ଘଟଣାରେ ସମୟରେ ତୃତୀୟ ମହଲାରେ ଜଣେ ବ୍ୟକ୍ତିକୁ ଧରାଯାଇଥିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ଥିଲା।

ଆଦିତ୍ୟ ପ୍ରସାଦ ପାଢୀଙ୍କ ତରିକା ଟିକେ ଭିନ୍ନ ଥିଲା। କିଛି ଦିନ ପାଇଁ ପ୍ରଦୀପ ଜେନା ବି ସେ ଦାୟିତ୍ବରେ ଅସ୍ଥାୟୀ ଭାବେ ଥିଲେ। ବସ ଧର୍ମଘଟ ବନ୍ଦ ଓ ଡାକ୍ତର ଆନ୍ଦୋଳନ ବନ୍ଦ ଘଟଣାରେ ତାଙ୍କର ଭୂମିକା ସାମ୍ନାକୁ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମାନ୍ୟ ସତର୍କ ହେଲେ ପ୍ରଶାସନରେ କେତେ ପରିବର୍ତନ ହୁଏ, ଏହି ଦୁଇଟି ଘଟଣାକୁ ଉଦାହରଣ ନିଆଯାଇପାରେ।

କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କାର୍ତିକେୟନ୍ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ପ୍ରଶାସନରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଶାଣିତ ଆକ୍ରମଣ ସତ୍ତ୍ବେ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସେ ସମୟରେ ସୁରକ୍ଷା ଦେଇଥିବା ପାଣ୍ଡିଆନ୍, ୨୦୧୯ ସରକାର ଗଠନରେ ବଡ଼ ଭୂମିକା ନେଇଥିବା କଥା କାହାକୁ ଅଛପା ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବା, ୫ଟି ଭଳି ଏକ କଳ୍ପନା ପ୍ରସୂତ ବିଭାଗ ସୃଷ୍ଟି କରି ତାର ସଚିବ ଭାବେ ଦାୟିତ୍ବ ଦେବା ସମାଲୋଚକଙ୍କୁ ଅକଳରେ ପକାଇ ଦେଇଥିଲା। ଏବେ କିନ୍ତୁ ପାଣ୍ଡିଆନଙ୍କ ରଣନୀତି ବିରୋଧୀ ଶିବିରକୁ ଚିନ୍ତାରେ ପକାଇଦେଲାଣି। ପାଣ୍ଡିଆନଙ୍କୁ ନେଇ ଆଉ ସେଭଳି ସନ୍ଦେହ ନାହିଁ। ବରଂ ପ୍ରଶାସନ ଚଳଚଞ୍ଚଳ ହେଉଥିବା କାରଣରୁ ଲୋକେ ଅପେକ୍ଷା କଲେଣି, ପାଣ୍ଡିଆନ୍ ତାଙ୍କ ଅଞ୍ଚଳକୁ ବି ଆସନ୍ତୁ।

ଅତ୍ୟନ୍ତ ପ୍ରଭାବୀ ପ୍ରଶାସନ, ଉତ୍ତରଦାୟୀ ବ୍ୟବସ୍ଥା, ବିକାଶ ଆଢକୁ ସରକାରକୁ ଢଳାଇ ଦେଇ ପାଣ୍ଡିଆନ୍ ପଞ୍ଚମ ପାଳିର ସରକାରକୁ ଏମିତି ଗତିଶୀଳ କରାଇ ଦେଲେଣି ଯେ ଓଡ଼ିଶାର ରୂପାନ୍ତରୀକରଣ ପ୍ରସଙ୍ଗ ଯେ ଅସମ୍ଭବ ନୁହେଁ, ଏଭଳି ଏକ ବିଶ୍ବାସ ସୃଷ୍ଟି ହେଲାଣି। ଅବଶ୍ୟ, ଏହାର କାର୍ଯ୍ୟାନ୍ବୟନ ଦିଗରେ ସରକାରୀ ବାବୁମାନଙ୍କର ନିଷ୍ଠା ଓ ଆନ୍ତରିକତା ହିଁ ଅସଲରେ ଏହାର ସଫଳତା ସଂପର୍କରେ ବୟାନ ରଖିବ। କିନ୍ତୁ ପୁରୀ ଭୀଷଣ ବାତ୍ୟା ଫନି ବିପର୍ପ୍ୟୟ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ, ମହୋଦଧିର ବିକାଶ, ସ୍ବର୍ଗଦ୍ବାର ପାଇଁ ଯୋଜନା, କଟକର ନବକଳେବର, ବଡ଼ ମେଡିକାଲକୁ ଏମସ ପ୍ଲସ ଢାଞ୍ଚାରେ ପରିବର୍ତନ କରିବା, ବଳଦେବଜିଉ ମନ୍ଦିରର ବିକାଶ, ବାରିପଦା, ସମ୍ବଲପୁର, ବରଗଡ ପାଇଁ ଯୋଜନା ସରକାରର ଭୂମିକାକୁ ସଙ୍କେତ ଦେଉଛି। ମୋ ସରକାର କାର୍ଯ୍ୟକ୍ଷମ ପରେ ପଦୋନ୍ନତି, ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ, ବିଜୟ କେତନ୍ ଉପାଧ୍ୟାୟଙ୍କ ଭଳି ଅଧିକାରୀ ଏବଂ ଅନାମ ନାୟକଙ୍କ ଭଳି ପୂର୍ବତନ ବିଧାୟକଙ୍କୁ ବାନ୍ଧିବା, ଗୋଟିଏ ଗୋଟିଏ ଉଦାହରଣ ହୋଇପାରେ।

ଏହା ସତ୍ତ୍ବେ ସରକାର ବିରୋଧରେ ସମାଲୋଚନା କରିବା ପାଇଁ ଅନେକ କଥା ରହିଛି। ଯାହା ଉପରେ ଏଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଜର ପକାଇପାରିନାହିଁ। କିନ୍ତୁ ଅନାସକ୍ତ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିକୁ ଜାତୀୟସ୍ତରର ଦୃଷ୍ଟି ଆକର୍ଷଣ କ୍ଷେତ୍ରରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଭୂମିକାକୁ ବିଚାରକୁ ନେବାକୁ ହେବ। ସମାଲୋଚକ ଏକଥା ନିଶ୍ଚୟ ମାନିବେ ଯେ ସରକାର ଚଳଚଞ୍ଚଳ ଅଛି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କିଛି ନୂଆ କଥା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଏହାଦ୍ବାରା ରାଜନୈତିକ ନେତା ପ୍ରଭାବହୀନ ହୋଇପଡିଥିବା କୁହାଯାଉଛି। କିନ୍ତୁ ମନ୍ତ୍ରୀଙ୍କୁ ଟିମ୍ ନେଇ କାର୍ଯ୍ୟ କରିବାକୁ ଅଟକାଇଛି କିଏ? ଯଦି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିଦିନି ନୂଆ ନୂଆ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସୁଛନ୍ତି, ତେବେ ଅନ୍ୟମାନେ କାହିଁକି ନୂହେଁ? ଅତୀତରେ ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ପ୍ରଣବ ପ୍ରକାଶ ଦାସ ବି ସରକାରରେ ରହି ପ୍ରଭାବୀ ବାରିହେଉଥିଲେ। ସେତେବେଳେ ବରିଷ୍ଠ କନିଷ୍ଠ କହି ପ୍ରଭାବ ରଖୁଥିବା କିଛି ମନ୍ତ୍ରୀ ଗଣମାଧ୍ୟମ ଶିରୋନାମାରେ ରହିବାକୁ ଚେଷ୍ଟା କରୁଥିଲେ।

ରାଜନୈତିକ ମହଲର କହିବା କଥା, ଯଦି ଏକା ପାଣ୍ଡିଆନ୍ ଓ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସକ୍ରିୟ ହେଲେ, ଏମିତି, ସମସ୍ତେ ଯଦି ଏକାଠି ହାତ ମିଳାନ୍ତେ, ତେବେ ଓଡ଼ିଶା କେମିତି ହୁଅନ୍ତା?

Leave A Reply

Your email address will not be published.