ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ମାତା ପିତାଙ୍କ ଆଶୀର୍ବାଦ ନେଇ ଜେଲ ଫେରୁଛନ୍ତି କେଜ୍ରିୱାଲ

0

ନୂଆଦିଲ୍ଲୀ : ସରିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଅବଧି। ଆଜି ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ। ୨୧ ଦିନିଆ ଜାମିନରେ ଆସିଥିଲେ କେଜ୍ରିୱାଲ। ଜାମିନ ଅବଧି ଶେଷ ପରେ ସେ ନିଜେ ଯାଇ ତିହାର ଜେଲରେ ସରେଣ୍ଡର କରିବେ ବୋଲି କୁହାଯାଉଛି। ଜେଲ ଫେରିବା ପୂର୍ବରୁ ସେ ପ୍ରଥମେ ମାତା ପିତାଙ୍କ ଆଶୀର୍ବାଦ ନେଇଛନ୍ତି । ଆଜି ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ। ଜାମିନ ଅବଧିକୁ ୭ ଦିନ ବୃଦ୍ଧି କରିବାକୁ ପୂର୍ବରୁ ସେ କୋର୍ଟରେ ଆବେଦନ କରିଥିଲେ। ହେଲେ ଏହାର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ସେବେଠାରୁ ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ମଧ୍ୟ ସର୍ବଦା ଏହା ଖାରଜ କରାଯାଉଥିଲା। ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଗତ ମେ’ ୭  ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ମେ’ ୧୦ ରେ ଶୁଣାଣି କରି କେଜ୍ରିୱାଲଙ୍କୁ ୨୩ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜାମିନ ଅବଧି ଶେଷ ହୋଇଯାଇଥିବାରୁ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ।

Leave A Reply

Your email address will not be published.