ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଜି ମାରାଥନ ବୈଠକ କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରି ଓ ଆଧ୍ୟାତ୍ମିକ ବିରତିରୁ ଫେରି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନାଯୋଗ୍ୟ, ସରକାରକୁ ଆସିଲେ, ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ହେବ, ସେ ନେଇ ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ୭ଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ। ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ସେହିଭଳି ଦେଶରେ ଗ୍ରୀଷ୍ଣ ପ୍ରବାହ ସ୍ଥିତି ନେଇ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ମୋଦୀ। ବାତ୍ୟା ରେମାଲ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଏବଂ ପ୍ରବଳ ତାପମାତ୍ରା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସେ ସମୀକ୍ଷା କରିବେ । ବିଶ୍ଵ ପରିବେଶ ଦିବସ ପାଳନ ପାଇଁ କି ନିର୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରାଯିବ, ତାହା ଉପରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପରେ, ନୂଆ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦୀ ବୈଠକ କରିବେ।

Leave A Reply

Your email address will not be published.