ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଜି ମାରାଥନ ବୈଠକ କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରି ଓ ଆଧ୍ୟାତ୍ମିକ ବିରତିରୁ ଫେରି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନାଯୋଗ୍ୟ, ସରକାରକୁ ଆସିଲେ, ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ହେବ, ସେ ନେଇ ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ୭ଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ। ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ସେହିଭଳି ଦେଶରେ ଗ୍ରୀଷ୍ଣ ପ୍ରବାହ ସ୍ଥିତି ନେଇ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ମୋଦୀ। ବାତ୍ୟା ରେମାଲ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଏବଂ ପ୍ରବଳ ତାପମାତ୍ରା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସେ ସମୀକ୍ଷା କରିବେ । ବିଶ୍ଵ ପରିବେଶ ଦିବସ ପାଳନ ପାଇଁ କି ନିର୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରାଯିବ, ତାହା ଉପରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପରେ, ନୂଆ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦୀ ବୈଠକ କରିବେ।

Leave A Reply

Your email address will not be published.