ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

0
  • ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତ
  • ସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ ବଳଦେବଜୀଉ, ବାରିପଦା ଶ୍ରୀଜଗନ୍ନାଥ କ୍ଷେତ୍ର, ମାଆ ସମଲେଶ୍ବରୀଙ୍କ ପର୍ଯ୍ୟନ୍ତ ଦେବାଦେବୀଙ୍କ ପୀଠର ବିକାଶ କରିବା ପରେ ସରକାର ଆଜିଠାରୁ କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ଅନୁଷ୍ଠାନରେ ପରିଣତ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଆଜି ସରକାରଙ୍କ ଲୋକଙ୍କୁ ପୁଣି ନୂଆ ଦିଗକୁ ଟାଣିନେବାକୁ ଉଦ୍ୟମ କରିଛନ୍ତି। ଦେବଦେବୀ ଓ ଡାକ୍ତରଖାନାର ବିକାଶ ଭିତରେ ସରକାର ସୀମିତ ନାହାନ୍ତି, ବରଂ ପୂୁଜ୍ୟପୂଜାକୁ ବି ଗୁରୁତ୍ବ ମିଳିବ, ଏ ସଙ୍କେତ ଆଜି ଦିଆଯାଇଛି।

ସରକାରଙ୍କ ନଜର ପଡିଛି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଉପରେ। ଆଜି ହଠାତ୍ ଅପରାହ୍ନରେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରି ସ୍ଥିତି ଯାଞ୍ଚ କରିଛନ୍ତି। ଆସନ୍ତାକାଲି କିମ୍ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋର ବିକାଶ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବେ। ଗୋପବନ୍ଧୁଙ୍କ ଠାରୁ ସରକାର ଓଡ଼ିଶାର ମହାମନିଷୀଙ୍କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ବିକାଶ ପ୍ରକ୍ରିୟା ଆରମ୍ଭ କରିବା ଲାଗି ପାଦ କାଢିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୁଆଣ୍ଡୋକୁ ପଟ୍ଟନାୟିକା ଛକରୁ ଯାଇଥିବା ରାସ୍ତାର ଉନ୍ନତିକରଣ କରାଯିବ। ସୁଆଣ୍ଡୋକୁ ପର୍ଯ୍ୟଟକ, ଗବେଷକ ଯିବା ଲାଗି ସବୁ ରାସ୍ତା ଖୋଲିବେ ସରକାର। ଏ ସଂକ୍ରାନ୍ତ ନକ୍ସା ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଷଠୀଘରକୁ ସ୍ମାରକୀ ଭାବେ ସରକାର ଘୋଷଣା କରିପାରନ୍ତି। ଲାଇଟ୍ ଆଣ୍ଡ ସାଉଣ୍ଡ ପ୍ରକଳ୍ପ, ଅଡିଟୋରିୟମ୍ ଆଦି ସଂପର୍କରେ ସରକାର ଚିନ୍ତା କରୁଥିବା ସୂଚନା ମିଳୁଛି।

Leave A Reply

Your email address will not be published.