ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ

0

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ। ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି। ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ। ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ। ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ଵାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ।

ତେବେ ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, “ଆତ୍ମରକ୍ଷା ପାଇଁ ଦୁର୍ବଳ ବିତର୍କ ତିଆରି କରିଛନ୍ତି, ତାହା ବାଏଁ ବାଏଁ ଉଡ଼ିଯିବ। ବହୁତ ଲୋକ କହିଛନ୍ତି ଦୁର୍ଯ୍ୟୋଧନର ଦୋଷ ନାହିଁ, ଶକୁନିର ସବୁ ଦୋଷ। ତେବେ ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛିଥିବା ବେଳେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ। ତେଣୁ ଦୁର୍ଯ୍ୟୋଧନର ଦୋଷ। “ପାଣ୍ଡିଆନଙ୍କୁ କିଏ ଅଧିକାର ଦେଇଥିଲା ? ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ବାଛିଥିଲେ ନାଁ ପାଣ୍ଡିଆନଙ୍କୁ ବାଛିଥିଲେ। ଏମିତି ନ୍ୟାରେଟିଭ କରି ଖସିପାରିବ ନାହିଁ ବିଜେଡି।”

Leave A Reply

Your email address will not be published.