ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ

0

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ। ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି। ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ। ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ। ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ଵାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ।

ତେବେ ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, “ଆତ୍ମରକ୍ଷା ପାଇଁ ଦୁର୍ବଳ ବିତର୍କ ତିଆରି କରିଛନ୍ତି, ତାହା ବାଏଁ ବାଏଁ ଉଡ଼ିଯିବ। ବହୁତ ଲୋକ କହିଛନ୍ତି ଦୁର୍ଯ୍ୟୋଧନର ଦୋଷ ନାହିଁ, ଶକୁନିର ସବୁ ଦୋଷ। ତେବେ ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛିଥିବା ବେଳେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ। ତେଣୁ ଦୁର୍ଯ୍ୟୋଧନର ଦୋଷ। “ପାଣ୍ଡିଆନଙ୍କୁ କିଏ ଅଧିକାର ଦେଇଥିଲା ? ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ବାଛିଥିଲେ ନାଁ ପାଣ୍ଡିଆନଙ୍କୁ ବାଛିଥିଲେ। ଏମିତି ନ୍ୟାରେଟିଭ କରି ଖସିପାରିବ ନାହିଁ ବିଜେଡି।”

Leave A Reply

Your email address will not be published.