ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ : ସିଇସି

0

ଭୁବନେଶ୍ୱର, ୦୬/୦୬:ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର ପ୍ରଭାବରେ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାଗୁଡ଼ିକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଜୁନ ୧୫ ଠାରୁ ବଙ୍ଗୋପସାଗର ଶାଖା ସବଳ ହୋଇ ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି। ଜୁ୍‌ନ୍ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୨ ଡିଗ୍ରୀ ରୁ କମ୍ ଏବଂ ଉପକୂଳବର୍ତୀ ଅଂଚଳରେ ୪୦ ଡିଗ୍ରୀ ରୁ କମ୍ ବା ମଧ୍ୟମ ଧରଣର ତାପମାତ୍ରା ରହିବା ସହିତ ପାଗ ଉଷ୍ମ -ଆର୍ଦ୍ର ରହିବ ବୋଲି ସେ କହିଛନ୍ତି

ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ ତେବେ ଜୁନ୍ ୧୨ ରୁ ୧୬ ମଧ୍ୟରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ।ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅଂଚଳରେ ଏହାର ପ୍ରବାହ ଅଧିକ ରହିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

Leave A Reply

Your email address will not be published.