ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ହାତଗୁଞ୍ଜା ନେଲେ ଦଣ୍ଡ: ରୋକ୍‌ଠୋକ୍ ଶୁଣାଇଲେ ସୁରେଶ

0

ଭୁବନେଶ୍ବର: ରାଜସ୍ବ ବିଭାଗରେ ହାତଗୁଞ୍ଜା ଏଣିକି ଚଳିବନି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ। ଯିଏ ଏହାର ଉଲ୍ଲଂଘନ କରିବେ, ସେମାନଙ୍କକ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ରାଜସ୍ବ ବିଭାଗ ଦାୟିତ୍ବ ନେଉ ନେଉ ଏଭଳି କଡା କଡା କଥା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଆଜି ବିଭାଗର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ କହିଥିଲେ ଯେ ବିଭାଗର କାମ ତ୍ବରିତ ବେଗରେ କରାଯିବ। ନିର୍ଦିଷ୍ଟ ସମୟ ସୀମା ଭିତରେ ସମସ୍ତଙ୍କୁ କାମ କରିବାକୁ ହେବ। ସାଧାରଣ ଲୋକ ଯେଭଳି ବିଭିନ୍ନ ପ୍ରମାଣ ପତ୍ର ପାଇଁ ଧାଡ଼ିରେ ଛିଡ଼ା ହେବେ ନାହିଁ, ତାହାକୁ ନିଶ୍ଚିତ କରିବାକୁ ହେବ।

ବିଭାଗ ରାଜସ୍ବ ବିପର୍ଯ୍ୟୟ ମୁକାବିଲା ଲାଗି ଅତ୍ୟାଧୁନିକ କୌଶଳର ସହଯୋଗ ନେବ ବୋଲି ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଭାରତବର୍ଷରେ ଯେଭଳି ସବୁକ୍ଷେତ୍ରରେ ଉଦାହରଣ ହେବ, ତାହା ହେଉଛି ମୁଖ୍ୟ ଫୋକସ୍। ୨୪ ଘଣ୍ଟା କାମ ହେବ ଓ ୩୬୫ ଦିନ କାମ ଚାଲିବ। ନା ଖାଉଙ୍ଗା, ନା ଖାନେ ଦୁଙ୍ଗା। ମୋଦୀଙ୍କ ଏହି ନୀତି ଆଧାରରେ ରାଜସ୍ବ ବିଭାଗରେ କାର୍ଯ୍ୟ ଚାଲିବ ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.