ପ୍ରମୁଖ ଖବର

୨୦୨୭ ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା
ମିକ୍ସର ମେସିନ ସହ ଓଲଟିଲା ପିକଅପ; ୨ ମୃତ, ୨ ଗୁରୁତର
କେନ୍ଦୁଝରରେ ୬୫ ହଜାର କୋଟିର ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ, ୩୨ ହଜାର ନିଯୁକ୍ତି ସୁଯୋଗ
ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ୭ ପରିବାରର ୧୪ ବଖରା ଘର ପୋଡ଼ି ଛାରଖାର
ଆସାମରେ ସମାନ ନାଗରିକ ସଂହିତା ବିଲ୍ ପାରିତ
NEET-UG 2026 ପେପର୍ ଲିକ୍ ମାମଲା: ସିବିଆଇର ଆଉ ୨ ଗିରଫ

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌

0

କଟକ: ପୁଣି ବାରବାଟୀରେ ଖେଳାଯିବ କ୍ରିକେଟ। ଦୀର୍ଘ ବର୍ଷ ପରେ ପୁଣି ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ୨୦୨୫ ଫେବୃଆରୀ ୯ ତାରିଖରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ହେବାକୁ ଯାଉଛି। ଏହିଦିନ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ ଟିମ୍। ଦ୍ବିତୀୟ ଦିନିକିଆରେ ଉଭୟ ଟିମ୍ ବାରବାଟୀରେ ପରସ୍ପରକୁ ଭେଟିବେ।ଉଭୟ ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ହେବାକୁ ଥିବା ବେଳେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ।

୫ ବର୍ଷ ପୂର୍ବେ ବାରବାଟୀରେ ଶେଷ ଦିନିକିଆ ଖେଳା ଯାଇଥିଲା। ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା।

Leave A Reply

Your email address will not be published.